www.samajalive.in
Sunday, December 7, 2025
13.1 C
Bhubaneswar

ଏଥର ଏହି ସମ୍ବେଦନଶୀଳ ଘଟଣା ଉପରୁ ପରଦା ଉଠାଇବେ ଆୟୁଷ୍ମାନ; ରିଲିଜ୍‌ ହେଲା ‘ଅନେକ’ର ଟ୍ରେଲର

ମୁମ୍ବଇ: ଲୋକପ୍ରିୟ ବଲିଉଡ଼ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଆଗାମୀ ଚଳଚ୍ଚିତ୍ର ‘ଅନେକ’ର ଟ୍ରେଲର ଗୁରୁବାର ରିଲିଜ୍‌ ହୋଇଛି। ଏଥିରେ ସେ ଜଣେ ଅଣ୍ଡରକଭର୍ ପୁଲିସ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରେଲରରେ ଅଭିନେତାଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି। ଫିଲ୍ମରେ ଆୟୁଷ୍ମାନଙ୍କ ଦମ୍‌ଦାର ଅଭିନୟ ସାଙ୍ଗକୁ ଜବରଦସ୍ତ ସଂଳାପ ପୁଣି ଥରେ ଦର୍ଶକଙ୍କ ମନ ମୋହିବ। ‘ଆର୍ଟିକିଲ୍‌ ୧୫’ରେ ପୁଲିସ ସାଜିବା ପରେ ଆୟୁଷ୍ମାନ ‘ଅନେକ’ରେ ଜଣେ ଅଣ୍ଡରକଭର ପୁଲିସ ଅଧିକାରୀ ସାଜି ଉତ୍ତର ପୂର୍ବାଞ୍ଚଳ ଓ ସେଠାକାର ଲୋକଙ୍କ ସହ ହେଉଥିବା ଭେଦଭାବ ଭଳି ଗମ୍ଭୀର ସମସ୍ୟାର ସମାଧାନ କରୁଥିବା ଦେଖିବାକୁ ମିଳିବ।

ଚଳଚ୍ଚିତ୍ରର ଟ୍ରେଲରରେ ଅଭିନେତା ଅଞ୍ଚଳ ଏବଂ ଭାଷା ଆଧାରରେ ବିଭାଜିତ ଭାରତ ଉପରେ ପ୍ରଶ୍ନ ଉଠାଉଥିବା ମଧ୍ୟ ଦେଖିବାକୁ ମିଳିଛି। ଟ୍ରେଲର ଦେଖି ଜଣାପଡ଼ୁଛି ଯେ, ଏହି ଫିଲ୍ମ ମାଧ୍ୟମରେ ଅଭିନେତା ପୁଣି ଥରେ ଏକ ଗମ୍ଭୀର ପ୍ରସଙ୍ଗକୁ ଦର୍ଶକଙ୍କ ନିକଟରେ ପହଞ୍ଚାଇବାକୁ ଯାଉଛନ୍ତି। ଫିଲ୍ମରେ ଅଭିନେତାଙ୍କ ଆକ୍ସନ ଅବତାର ଦର୍ଶକଙ୍କୁ ପସନ୍ଦ ଆସୁଥିବା କମେଣ୍ଟରୁ ଜଣାପଡ଼ିଛି। ଅନୁଭବ ସିହ୍ନାଙ୍କ ଦ୍ବାରା ରଚିତ ଓ ନିର୍ଦେଶିତ ‘ଅନେକ’କୁ ଭୂଷଣ କୁମାରଙ୍କ ଟି-ସିରିଜ୍‌ ଓ ଅନୁଭବ ସିହ୍ନାଙ୍କ ବନାରସ ମିଡିଆ ୱର୍କ୍ସର ମିଳିତ ସହଯୋଗରେ ନିର୍ମାଣ କରାଯାଇଛି। ଚଳିତ ବର୍ଷ ମେ’ ୨୭ ତାରିଖରେ ଏହି ଫିଲ୍ମ ପ୍ରେକ୍ଷାଳୟକୁ ଆସିବ।

- Advertisement -

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories