ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଦାଦା ୱାଇ ଏସ୍ ଭାସ୍କର ରେଡ୍ଡୀଙ୍କୁ ରବିବାର ସିବିଆଇ ଗିରଫ କରିଛି। ପୂର୍ବତନ ସାଂସଦ ବିବେକାନନ୍ଦ ରେଡ୍ଡୀଙ୍କ ହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏଠାରେ ଉଲ୍ଲେଖଯୋଗ୍ୟ, ବିବେକାନନ୍ଦ ରେଡ୍ଡୀ ହେଉଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ରାଜଶେଖର ରେଡ୍ଡୀଙ୍କ ଭାଇ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଦାଦା। ୨୦୧୯ ମସିହା ମାର୍ଚ୍ଚ ୧୫ ତାରିଖରେ ପୁଲିବେନ୍ଦୁଲା ସ୍ଥିତ ନିଜ ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କଡ଼ପାରୁ ସିବିଆଇ ଅଧିକାରୀମାନେ ଭାସ୍କର ରେଡ୍ଡୀଙ୍କୁ ଗିରଫ କରିଛନ୍ତି। ତାଙ୍କ ନାମରେ ଷଡ଼ଯନ୍ତ୍ର, ନରହତ୍ୟା ଓ ପ୍ରମାଣ ନଷ୍ଟ ଆଦି ଦଫା ଲାଗୁ କରାଯାଇଛି।
ସୂଚନାଯୋଗ୍ୟ, ପ୍ରଥମେ ରାଜ୍ୟ ଅପରାଧ ତଦନ୍ତ ବିଭାଗର ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍(ଏସ୍ଆଇଟି) ମାମଲାର ତଦନ୍ତ କରୁଥିଲା। ମାତ୍ର ୨୦୨୦ ଜୁଲାଇରେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।



