ପମ୍ପ ଦେଲାବେଳେ ଟ୍ରାକ୍ଟର ଚକା ଫାଟି ଡ୍ରାଇଭର ମୃତ
ଆନନ୍ଦପୁର: ଟ୍ରାକ୍ଟର ଚକାରେ ପମ୍ପ ଦେଉଥିଲାବେଳେ ଫାଟିଲା ଚକା, ଡ୍ରାଇଭର ମୃତ୍ୟୁ ହୋଇଛି ଏବଂ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ଆନନ୍ଦପୁର ଉପଖଣ୍ଡ ନନ୍ଦୀପଦା ଥାନା ଶାସଙ୍ଗ ଛକରେ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଚକାରେ ପମ୍ପ ଦେଉଥିଲାବେଳେ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ଟ୍ରକ୍ଟର ମାଲିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
Comments are closed.