ବିଧ୍ୱଂସକ- ଚମତ୍କାରିତା ଦେଖାଉଛି ଆମେରିକାର ଜାଭେଲିନ୍‌ କ୍ଷେପଣାସ୍ତ୍ର

କିଭ୍‌, : ରୁଷିଆ ଆକ୍ରମଣର ଜବାବ ଦେବାରେ ୟୁକ୍ରେନ୍‌ ସୈନ୍ୟଙ୍କୁ ସର୍ବାଧିକ ସହାୟକ ହେଉଛି ଆମେରିକା ପ୍ରଦତ୍ତ ଟ୍ୟାଙ୍କ ବିଧ୍ବଂସୀ ଜାଭେଲିନ୍‌ କ୍ଷେପଣାସ୍ତ୍ର। ହାତରେ ନିକ୍ଷେପ କରାଯାଉଥିବା ଏହି କ୍ଷେପଣାସ୍ତ୍ରର ଚମତ୍କାରିତା ଦେଖାଯାଉଛି। ଗତ ସପ୍ତାହକ ମଧ୍ୟରେ ୟୁକ୍ରେନ୍‌ ସୈନ୍ୟଙ୍କ ଦ୍ବାରା ନିକ୍ଷେପ ହୋଇଥିବା ୩୦୦ ଜାଭେଲିନ୍‌ କ୍ଷେପଣାସ୍ତ୍ରରେ ରୁଷିଆର ୨୮୦ ଟ୍ୟାଙ୍କ ଧ୍ବଂସ ପାଇଥିବା ସୂଚନା ମିଳିଛି।

prayash

ଏହାକୁ ୯୩ ପ୍ରତିଶତ ସଫଳତା ଭାବେ ଦର୍ଶାଇଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ। ଜାଭେଲିନ୍‌ ମିଳିତ ଭାବେ ‘ରେଥନ୍‌ ମିଜାଇଲ୍ସ ଆଣ୍ଡ ଡିଫେନ୍ସ’ ଓ ‘ଲକ୍‌ହିଡ୍‌ ମାର୍ଟିନ୍‌’ ଦ୍ବାରା ନିର୍ମିତ। ଟ୍ୟାଙ୍କର ଉପରିଭାଗ ସ୍ବାଭାବିକ ଭାବେ ଦୁର୍ବଳ ବା ପତଳା ଥିବାରୁ ଏହା ସେଠାରେ ମାଡ଼ ହେଲେ ଟ୍ୟାଙ୍କକୁ ଧ୍ବଂସ କରିଦେଇଥାଏ।

ଜାଭେଲିନ୍‌କୁ ସେହି ଭଳି ଲକ୍ଷ୍ୟରେ ହିଁ ଫିଙ୍ଗା ଯାଇଥାଏ। ଜଣେ ସୈନିକ ଏହାକୁ ବୋହି ନେବା ସହ ଫିଙ୍ଗିପାରେ। ଜାଭେଲିନ୍‌କୁ ରୁଷିଆ ପ୍ରଥମେ ହେୟ ମନେ କରୁଥିଲେ ମଧ୍ୟ ଏଥିଯୋଗୁଁ ଏହାର ମାରାତ୍ମକ ଟି-୭୨ ଟ୍ୟାଙ୍କ ଆଗକୁ ବଢ଼ିପାରି ନ ଥିବା ଜଣାପଡ଼ିଛି। ୨୦୧୮ରେ ୟୁକ୍ରେନ୍‌ ପ୍ରଥମେ ଏହି କ୍ଷେପଣାସ୍ତ୍ର ହାସଲ କରିଥିଲା। ୟୁକ୍ରେନ୍‌ ଆମେରିକାଠାରୁ ୭୫ ନିୟୁତ ଡଲାର ମୂଲ୍ୟର ଜାଭେଲିନ୍‌ କିଣିଛି। ଯୁଦ୍ଧ ଆରମ୍ଭର ତିନି ଦିନ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନ୍‌କୁ ୩୫୦ ନିୟୁତ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ନିର୍ଦେଶ ଦେଇଛନ୍ତି।

kalyan agarbati

Comments are closed.