ପାକ୍ ରାଷ୍ଟ୍ରଦୂତଙ୍କ ଗତିବିଧି ଉପରେ ଆମେରିକାର କଟକଣା
ୱାଶିଂଟନ : ଆମେରିକା ସରକାର ପାକିସ୍ତାନର ରାଷ୍ଟ୍ରଦୂତଙ୍କ ଗତିବିଧି ଉପରେ କଟକଣା ଲାଗୁ କରିଛନ୍ତି। ପାକିସ୍ତାନ ରାଷ୍ଟ୍ରଦୂତଙ୍କୁ ସେମାନଙ୍କ ନିଯୁକ୍ତି ସ୍ଥଳ ଠାରୁ ୨୫ମାଇଲ ବାହାରକୁ ଯିବାକୁ ବାରଣ କରାଯାଇଛି। ମେ ୧ ତାରିଖରୁ ଏହି କଟକଣା ଲାଗୁ କରାଯିବ। ଯଦି କୌଣସି କାରଣରୁ ରାଷ୍ଟ୍ରଦୂତଙ୍କୁ ୨୫ ମାଇଲ ଦୂର ବାହାର ଯିବାକୁ ଥାଏ ତେବେ ସେମାନେ ୫ଦିନ ଆଗରୁ ଏଥିପାଇଁ ଅନୁମତି ନେବାକୁ ପଡିବ। ଏ ସମ୍ପର୍କରେ ୱାଶିଂଟନସ୍ଥିତ ପାକିସ୍ତାନ ଦୂତାବାସକୁ ନୋଟିସ ପଠାଯାଇଥିବା ଜଣାପଡିଛି। ତେବେ ପାକିସ୍ତାନ ଦୂତାବାସ ଏପରି ନୋଟିସ ପାଇ ନଥିଲା କହିଛି।