ୟୁପିରେ ଆମ୍ବେଦକରଙ୍କ ୨ଟି ପ୍ରତିମୂର୍ତ୍ତି ଭଙ୍ଗ, ବିରୋଧ ପ୍ରଦର୍ଶନ

0

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ୨୪ ଘଣ୍ଟା ମଧ୍ୟରେ ଆମ୍ବେଦକରଙ୍କ ୨ଟି ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣା ଦେଶ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଘଟଣା ଉପରେ ଅଙ୍କୁଶ ଲଗାଯାଇପାରି ନ ଥିବାବେଳେ ଲୋକେ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶୁକ୍ରବାର ସିଦ୍ଧାର୍ଥନଗରର ଗୋହନିଆ ଅଞ୍ଚଳରେ କେତେକ ଦୁର୍ବୃତ୍ତ ଦଳିତ କିମ୍ବଦନ୍ତୀ ଡକ୍ଟର ବି. ଆର୍‌. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଥିଲେ । ଏହି ଘଟଣାକୁ ୨୪ ଘଣ୍ଟା ପୂରି ନଥିବାବେଳେ ଶନିବାର ତ୍ରିବେଣୀପୁରମଠାରେ ଦୁର୍ବୃତ୍ତମାନେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ମସ୍ତକ ଚ୍ଛିନ୍ନ କରିଦେଇଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ ଆଜମଗଡ଼, ଚେନ୍ନାଇ, ଅଲିଗଡ଼ ଏବଂ ମିରଟରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଟାର୍ଗେଟ କରାଯାଇଥିଲା। ସେତେବେଳେ ଏଭଳି ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ନିନ୍ଦା କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ କଡ଼ା ପଦକ୍ଷେପ ଗ୍ରହଣ ସ୍ୱରୂପ ମୂର୍ତ୍ତିଭଙ୍ଗ ଘଟଣା ପାଇଁ ସ୍ଥାନୀୟ ଜିଲାପାଳ ଓ ଏସ୍‌ପି ଦାୟୀ ରହିବେ ବୋଲି ନିର୍ଦେଶ ଦେଇଥିଲେ। ମାତ୍ର କିଛି ଦିନର ନିରବତା ପରେ ପୁଣି ଥରେ ମୂର୍ତ୍ତି ଭଙ୍ଗା ପ୍ରହସନ ଆରମ୍ଭ ହୋଇଛି ।

Leave A Reply