www.samajalive.in
Monday, December 15, 2025
17.1 C
Bhubaneswar

ସମାଜର ସବୁ ପ୍ରକାର ବାଧାବିଘ୍ନକୁ ଏଡାଇ ମାନବ ଜାତି ପାଇଁ ଏକ ନୂତନ ଇତିହାସ ଲେଖିଯାଇଛନ୍ତି ଡ.ଆମ୍ବେଦକର

ଭୁବନେଶ୍ବର: ସାରା ବିଶ୍ୱରେ ଜ୍ଞାନାଲୋକର ପ୍ରତୀକ, ମହାମାନବ ତଥା ଭାରତରତ୍ନ ଡ. ଭୀମରାଓ ଆମ୍ବେଦକରଙ୍କ ନୀତି ଓ ଆଦର୍ଶ ପରିବ୍ୟାପ୍ତ ହେବାରେ ଲାଗିଛି। ଆଜି ପାଶ୍ଚାତ୍ୟ ଦେଶଗୁଡିକରେ ବାବାସାହେବଙ୍କ ଜ୍ଞାନ ଓ ଗାରିମାର ଭରପୁର ଚର୍ଚ୍ଚା ହେଉଥିବାବେଳେ ସମାଜର ସବୁ ପ୍ରକାର ବାଧାବିଘ୍ନକୁ ଏଡାଇ ଏ ଦେଶ, ଏ ମାନବ ଜାତି ପାଇଁ ଏକ ନୂତନ ଇତିହାସ ଲେଖିଯାଇଛନ୍ତି। ବାବା ସାହେବ ଡ.ଭୀମରାଓ ଆମ୍ବେଦକରଙ୍କ ଆଜି ୧୩୨ତମ ଜୟନ୍ତୀ ପାଳନ କରାଯାଉଥିବା ଏକ ଉଲ୍ଲେଖନୀୟ ବିଷୟ। ତେବେ ଜୟନ୍ତୀ ଉତ୍ସବ ପାଳନ କରିବା ସହିତ ଆମ୍ବେଦକରଙ୍କ ଚିନ୍ତାଧାରା ଦ୍ୱାରା ଆନୁପ୍ରାଣିତ ହେବା, ତାଙ୍କ ନୀତି ଓ ଆଦର୍ଶକୁ ପାଥେୟ କରିବା ଆଜି ସମୟର ଆହ୍ୱାନ ବୋଲି ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ଆମ୍ବେଦକର ଅଧ୍ୟୟନ କେନ୍ଦ୍ର ପକ୍ଷରୁ ପିଜି କାଉନସିଲ ହଲରେ ବାବା ସାହେବ ଡ.ଭୀମରାଓ ଆମ୍ବେଦକରଙ୍କ ଆଜି ୧୩୨ତମ ଜୟନ୍ତୀ ପାଳନ ଅବସରରେ ‘ବାବାସାହେବ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦରଙ୍କ ସ୍ୱଦେଶୀତା ଓ ଭାରତରେ ଆଦିବାସୀ ଅଧିକାର’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

- Advertisement -

କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଷ୍ଟ୍ରଗଠନରେ ବାବା ସାହେବ ଆମ୍ବେଦକରଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ। କୁସଂସ୍କାର, ଜାତିଭେଦ, ବର୍ଣ୍ଣବୈଷ୍ଣମ୍ୟ, ଭାଷାଗତ ଓ ଆଞ୍ଚଳିକ ବିଭେଦ ଦୂର ତଥା ଆଦିବାସୀଙ୍କ ଜମି ଓ ଅଧିକାର ପାଇଁ ସେ ଅହରହ ଉଦ୍ୟମ ଜାରି ରଖିଥିଲେ ଏବଂ ସମାଜର ଅବହେଳିତ ବର୍ଗଙ୍କୁ ମୁଖ୍ୟସ୍ରୋତରେ ଆଣିବା ଦିଗରେ ତାଙ୍କର ସଂଗ୍ରାମ ପ୍ରତ୍ୟେକ ପିଢ଼ି ପାଇଁ ଉଦାହରଣ ହୋଇ ରହିବ। ତାଙ୍କର ଅମର କୀର୍ତ୍ତୀ ସଦାସର୍ବଦା ଆମର ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଥିଲେ।

ପୂର୍ବତନ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଲୋଚନାଚକ୍ରର ପ୍ରାସଙ୍ଗିକତାକ୍ରମରେ ଆମ୍ବେଦକରଙ୍କୁ ଆଧୁନିକ ଭାରତର ନିର୍ମାତା ବୋଲି ଦର୍ଶାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମିଜୋରାମ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ରବୀନ୍ଦ୍ର କୁମାର ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ବାବାସାହେବ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦରଙ୍କ ସ୍ୱଦେଶୀତା ଓ ଭାରତରେ ଆଦିବାସୀ ଅଧିକାର’ ଉପରେ ବକ୍ତବ୍ୟ ରଖିଥିଲେ।

ଆମ୍ବେଦକର ଅଧ୍ୟୟନ କେନ୍ଦ୍ର ନିର୍ଦେଶକ ଡ.ରବୀନ୍ଦ୍ର ଗରଡ଼ା ଅତିଥି ପରିଚୟ ସହ ଆଲୋଚନାଚକ୍ରର ଆଭିମୁଖ୍ୟ ଏବଂ ବାବା ସାହେବ ଆମ୍ବେଦକରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଲୋକ ପ୍ରସାଶନ ବିଭାଗର ସହକାରୀ ପ୍ରଫେସର ଜ୍ୟୋତିର୍ମୟୀ ଟୁଡୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories