www.samajalive.in
Monday, December 15, 2025
24.1 C
Bhubaneswar

ରବି କିଶନଙ୍କ ବିସ୍ମୟକର ଅବତାର

ମୁମ୍ବଇ: ଭିନ୍ନ ରୂପରେ ନଜର ଆସିଛନ୍ତି ବିଜେପି ସାଂସଦ ତଥା ଅଭିନେତା ରବି କିଶନ। ଯାହାକୁ ଦେଖି ଚମକି ପଡ଼ିଛନ୍ତି ଲୋକେ। ବାସ୍ତବରେ ଏକ ଫିଲ୍ମର ଶୁଟିଂ ପାଇଁ ସେ ଏପରି ରୂପ ଧାରଣ କରିଛନ୍ତି। ପୂର୍ବରୁ ପରଦାରେ ସେ ଅନେକ ରୂପ ଧାରଣ କରିଥିଲେ ମଧ୍ୟ ଏହି ରୂପ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଏଥିରେ ତାଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର।

- Advertisement -

ସୂଚନା ଅନୁସାରେ, ଚଳିତ ଦିନରେ ରବି କିଶନ ବିବାଦୀୟ ଧର୍ମଗୁରୁ ଓଶୋଙ୍କ ଉପରେ ଆଧାରିତ ଏକ ଚଳଚ୍ଚିତ୍ରର ଶୁଟିଂ କରୁଛନ୍ତି। ଏହି ଫିଲ୍ମରେ ଓଶୋ ଅବତାରରେ ତାଙ୍କର କିଛି ଫଟୋ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଏଥିରେ କିଶନଙ୍କ ରୂପ ପରିବର୍ତ୍ତନ ଖୁବ୍‍ ବିସ୍ମୟକର। ମୁମ୍ବଇର ମଡ୍‍ ଆଇଲ୍ୟାଣ୍ଡରେ ଏହି ଫିଲ୍ମର ଶୁଟିଂ ଚାଲିଛି।

ଫଟୋରୁ ଜଣାପଡ଼ୁଛି ଯେ, ବାସ୍ତବରେ ଓଶୋଙ୍କ ରୂପ ଧାରଣ କରିବା ପାଇଁ କିଶନ ବହୁତ ପରିଶ୍ରମ କରିଛନ୍ତି। ସେଟ୍‍ରେ ଉପସ୍ଥିତ ଲୋକଙ୍କ କହିବାନୁସାରେ, ଏହି ରୂପ ଧାରଣ କରିବାକୁ ଶୁଟିଂ ଆରମ୍ଭ ହେବା ପୂର୍ବରୁ ମେକ୍‍ଅପ୍‍ ପାଇଁ ତାଙ୍କୁ ସାତ ଆଠ ଘଣ୍ଟା ଗୋଟିଏ ସ୍ଥାନରେ ବସିବାକୁ ପଡ଼ୁଥିଲା। ଲୋକେ ତାଙ୍କୁ ଏହି ଅବତାରରେ ଦେଖି ଚକିତ ହୋଇଯାଇଥିଲେ। ଏହି ରୂପ ଧାରଣ କରିବା ପରେ ପ୍ରଥମ ଥର ନିଜକୁ ଆଇନାରେ ଦେଖି ରବି ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସୂଚନାଯୋଗ୍ୟ, ଏହି ଫିଲ୍ମ ଓଶୋ ତଥା ରଜନୀଶଙ୍କ ଜୀବନର ଗୁରୁତ୍ତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଦ୍ୱାରା ଅନୁପ୍ରେରିତ। ଏଥିରେ ତାଙ୍କ ପିଲାବେଳଠାରୁ ଯୁବାବସ୍ଥା ପର୍ଯ୍ୟନ୍ତର ପ୍ରମୁଖ ଘଟଣାଗୁଡ଼ିକ ଦେଖିବାକୁ ମିଳିବ। ଓଶୋଙ୍କ ବିଦେଶ ଯାତ୍ରା ଓ ବିଦେଶ କାହାଣୀକୁ ମଧ୍ୟ ଏଥିରେ ସ୍ଥାନ ଦେବା ପାଇଁ ଚେଷ୍ଟା ଜାରି ରହିଛିି।

 

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories