mission shakti banner

ଗୁଜରାଟ ସରକାରଙ୍କ ନୂଆ ନିୟମକୁ ନେଇ ଚିନ୍ତାରେ ଅମରନାଥ ଯାତ୍ରୀ

BSKY banner  750×100
0

ବଡୋଦରା : ଗୁଜରାଟର ଅମରନାଥ ଯାତ୍ରୀଙ୍କ ପାଇଁ ସେଠାକାର ରାଜ୍ୟ ସରକାର ଏକ ନିର୍ଦେଶାବଳୀ ଜାରି କରିଛନ୍ତି । ଏହି ନିର୍ଦେଶାବଳୀକୁ ନେଇ ଯାତ୍ରୀମାନଙ୍କ ଚିନ୍ତା ବଢିଯାଇଛି । ଗତବର୍ଷ ଜାମ୍ମୁ କାଶ୍ମୀରର ଅନ୍ତନାଗଠାରେ ଗୁଜରାଟର ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣର ଗୋଟିଏ ବର୍ଷ ପରେ ଗୁଜରାଟ ସରକାର ସେଠାକାର ଯାତ୍ରୀଙ୍କ ପାଇଁ ନୂଆ ନିର୍ଦେଶାବଳୀ ଜାରି କରିଛନ୍ତି। ନୂଆ ନିର୍ଦେଶାବଳୀରେ ଟୁର ଅପରେଟର ଭଳି ସଂସ୍ଥାଙ୍କ ଜରିଆରେ ଅମରନାଥ ତୀର୍ଥ ଯାତ୍ରା କରୁଥିବା ଯାତ୍ରୀଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ପିନ୍ଧବା ବାଧ୍ୟମତା ମୂଳକ ହୋଇଛି । ସେହିପରି ତୀର୍ଥଯାତ୍ରୀଙ୍କୁ ନେଇଯାଉଥିବା ଗାଡ଼ିର ଚାଳକଙ୍କ ବୟସ ୫୦ ବର୍ଷରୁ ଅଧିକ ହେବ ନାହିଁ । ଏପଟେ ବୁଲେଟପ୍ରୁଫ ଜ୍ୟାକେଟ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବାରୁ ଟୁର ଅପରେଟର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବୁଲେଟପ୍ରୁଫ ଜ୍ୟାକେଟ କିଣିବାରୁ ଯାତ୍ରୀଙ୍କ ଯାତ୍ରା ଖର୍ଚ୍ଚ ବଢିବ । ସେହିପରି କାଗଜପତ୍ର କାମ ବି ଜଟିଳ ହୋଇପଡିବ । ବୁଲେଟପ୍ରୁଫ୍‌ ଜ୍ୟାକେଟ ଯୋଗୁ ପ୍ରାୟ ଯାତ୍ରୀଙ୍କୁ ଅଧିକ ପ୍ରାୟ ୧୨ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ବଡୋଦରା ଟୁର ଆଣ୍ଡ ଟ୍ରାଭେଲ୍ସ ଆସୋସିଏସନ ଉପାଧ୍ୟକ୍ଷ ସିଦ୍ଧିକ ଗାନ୍ଧି ପ୍ରକାଶ କରିଛନ୍ତି । ଅମରନାଥ ତୀର୍ଥ ଯାତ୍ରା ପାଇଁ ପ୍ରତି ବର୍ଷ ଗୁଜରାଟରୁ ୪୦ରୁ ୪୫ ହଜାର ଲୋକେ ଆବେଦନ କରୁଥିବାବେଳେ ୫ ହଜାରରୁ ୭ ହଜାର ଯାତ୍ରୀ ପଞ୍ଜିକୃତ ହେଉଛନ୍ତି । ଗତବର୍ଷ ଟୁର ଅପରେଟର ପ୍ରତି ଯାତ୍ରୀଙ୍କ ପିଛା ୧୦ ହଜାରରୁ ୧୨ ହଜାର ଟଙ୍କା ଆଦାୟ କରିଥିଲେ । ନୂଆ ନିୟମ ଯୋଗୁଁ ଚଳିତ ବର୍ଷ ଏହା ଦ୍ୱିଗୁଣିତ ହେବ ବୋଲି ଟୁର ଅପଟେରମାନେ କହିଛନ୍ତି ।

Leave A Reply