www.samajalive.in
Sunday, December 7, 2025
26.1 C
Bhubaneswar

ଭାରତର ସମସ୍ତ ମୁସଲମାନ୍‌ ପୂର୍ବରୁ ହିନ୍ଦୁଥିଲେ – ଗୁଲାମନବୀ ଆଜାଦ

ଶ୍ରୀନଗର- କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ପରିତ୍ୟାଗ କରି ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ ଆଜାଦ ପାର୍ଟି ଗଠନ କରିଥିବା ଗୁଲାମନବୀ ଆଜାଦ ଏକ ବଡ ବୟାନ ଦେଇଛନ୍ତି । ଭାରତର ସମସ୍ତ ମୁସଲିମ୍‌ ପୂର୍ବରୁ ହିନ୍ଦୁଥିଲେ ବୋଲି ସେ କହିଛନ୍ତି । ଏହା ସହ କାଶ୍ମୀରରେ ୬୦୦ ବର୍ଷ ପୂର୍ବରୁ କେବଳ କାଶ୍ମୀର ପଣ୍ଡିତ ବାସ କରୁଥିଲେ । ସେମାନେ ଧର୍ମପରିବର୍ତ୍ତନ କରି ମୁସଲମାନ ହୋଇଥିବେ କଥା ସେ କହିଛନ୍ତି ।

- Advertisement -

ଭାରତରେ ହିନ୍ଦୁମାନେ ମୋଗଲ ଆସିବା ପରେ ଧର୍ମପରିବର୍ତ୍ତନ କରି ମୁସଲମାନ ହୋଇଥିବା କଥା ସେ କହିଛନ୍ତି । ଏବେ ଗୁଲାମନବୀ ଆଜାଦଙ୍କ ଏହି ବିବୃତ୍ତି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି ।

କାଶ୍ମୀରରେ ଡୋ଼ଡା ଜିଲ୍ଲାରେ ଏକ ବିଦ୍ୟାଳୟରେ ଭାଷଣ ଦେଉଥିବା ବେଳେ ଗୁଲାମନବୀ ଆଜାଦ ଏହି ବିବୃତ୍ତି ଦେଇଛନ୍ତି । ହିନ୍ଦୁ ଧର୍ମ ଇସଲାମ ଧର୍ମଠାରୁ ପୁରୁଣା ବୋଲି ସେ କହିଛନ୍ତି । ଆମେ ସମସ୍ତେ ଭାରତୀୟ ଏବଂ ଭାରତର ମୂଳଧର୍ମ ହିନ୍ଦୁ ଧର୍ମ ବୋଲି ଗୁଲାମନବୀ କହିଛନ୍ତି । ସେ ଧର୍ମ ନାମରେ ଭୋଟ୍‌ ମାଗୁନାହାନ୍ତି, ଏହା ବିକାଶରେ ଏବଂ ପ୍ରଗତିରେ ବାଧା ସୃଷ୍ଟି କରେ ବୋଲି ସେ କହିଛନ୍ତି । ବିକାଶ ଏବଂ ପ୍ରଗତି ପାଇଁ ସମସ୍ତେ ଏକାଠି ହୋଇ କାମ କରନ୍ତୁ ବୋଲି ସେ କହିଛନ୍ତି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories