ରାଜଧାନୀରୁ ମୋଷ୍ଟ ଓ୍ୱାଣ୍ଟେଡ୍‌ ମାଓବାଦୀ ଗିରଫ

0

କଟକ/ଭୁବନେଶ୍ୱର :  ରାଜଧାନୀ ଭୁବନେଶ୍ୱରରୁ ମୋଷ୍ଟ ଓ୍ୱାଣ୍ଟେଡ୍‌ ମାଓବାଦୀକୁ ଗିରଫ କରାଯାଇଛି । ପଶ୍ଚିମବଙ୍ଗର ସିପିଆଇଏମ୍‌ଏଲ୍‌-ରେଡ୍‌ଷ୍ଟାର ମାଓ ନେତା ଅଲିକ୍‌ ଚକ୍ରବର୍ତ୍ତୀକୁ ପୁଲିସ୍‌ ଗିରଫ କରିଛି । ପଶ୍ଚିମବଙ୍ଗରରେ ସେ ସରକାରଙ୍କ ବିରୋଧରେ ବିଭିନ୍ନ ରକ୍ତାକ୍ତ ସଂଗ୍ରାମରେ  ସାମିଲ ଥିଲେ ।

ତାଙ୍କର ମାଓଦଳ ବିଭିନ୍ନ ସରକାରୀ ପ୍ରକଳ୍ପକୁ ବିରୋଧ କରିବା ସହ ହତ୍ୟା ଘଟଣା ଓ ପୁଲିସ ଉପରେ ଆକ୍ରମଣ ଘଟଣାରେ ସାମିଲ ହେବାର ଅଭିଯୋଗ ରହିଛି । ବିଭିନ୍ନ ମାମଲାରେ ପଶ୍ଚିମବଙ୍ଗ ପୁଲିସ ପାଇଁ  ସେ ମୋଷ୍ଟ ଓ୍ୱାଣ୍ଟେଡ୍‌ ଥିଲେ ।  ସେ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଥିଲା  ପୁଲିସ ତାଙ୍କୁ ଗିରଫ କରିଛି ।

Leave A Reply