www.samajalive.in
Saturday, December 6, 2025
14.1 C
Bhubaneswar

ଆଲିୟା-ବରୁଣ ସମ୍ପର୍କରେ ଫାଟ

ମୁମ୍ବଇ : ୨୦୧୨ରେ କରନ୍ ଜୋହର୍‌ ନିର୍ଦେଶନାରେ ୩ଜଣ ନବାଗତ ଆଲିୟା ଭଟ୍ଟ, ବରୁଣ ଧୱନ୍, ସିଦ୍ଧାର୍ଥ ମଲହୋତ୍ରା ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ ଚଳଚ୍ଚିତ୍ରରେ କ୍ୟାରିୟରର ଶୁଭାରମ୍ଭ କରିଥିଲେ। ତିନିହେଁ ଆଜି ସଫଳତାର ସୋପାନ ଚଢ଼ୁଛନ୍ତି। ଆଲିୟା-ବରୁଣଙ୍କ ଯୋଡ଼ିକୁ ପ୍ରଶଂସକ ଖୁବ୍ ପସନ୍ଦ କରିଥିଲାବେଳେ ଦୁହେଁ ପୁନଃ ‘ଦୁଲହନିୟାଁ’ର ଦୁଇଟି ଭାଗରେ ଏକତ୍ର କାମ କରିଥିଲେ। ଗଣମାଧ୍ୟମ ସହ ସୋସିଆଲ ସାଇଟ୍‌ରେ ସେମାନଙ୍କ ନିବିଡ଼ତାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଥିଲା। ବଲିଉଡର ନବାଗତ ଯୋଡ଼ି ଭାବେ ଏ ଦୁହିଁଙ୍କ ନାମ ଶୀର୍ଷରେ ଥିଲା। ଅନ୍ୟ ପାଖେ ‘ବ୍ରହ୍ମାସ୍ତ୍ର’ର ସୁଟିଂ ସମୟରେ ରଣବୀର କପୁର ଓ ଆଲିୟାଙ୍କୁ ନେଇ ବିଭିନ୍ନ ଉଡ଼ା ଖବର ଶୁଣିବାକୁ ମିଳୁଛି। ପରୋକ୍ଷରେ ଏ ସମ୍ପର୍କକୁ ରଣବୀର ମଧ୍ୟ ସବୁଜ ସଙ୍କେତ ଦେଇଥିଲାବେଳେ ଆଲିୟା ନୀରବ ରହୁଛନ୍ତି। ପୁରୁଣା ବନ୍ଧୁ ବରୁଣଙ୍କୁ ଆଲିୟା ଭୁଲିଗଲେଣି କହିଲେ ଚଳେ। କାରଣ ଏଇ କିଛିଦିନ ତଳେ ବରୁଣ ନିଜ ଆଗାମୀ ଚଳଚ୍ଚିତ୍ର ‘ସୁଇ ଧାଗା’ ସଂକ୍ରାନ୍ତରେ ଆଲିୟାଙ୍କ ସହ କୌଣସି କଥା ହେବାକୁ ଚାହୁଁଥିଲେ। ଆଲିୟା ପ୍ରଥମେ ସମୟ ଦେଲେ, କିନ୍ତୁ ପରେ ରଣବୀରଙ୍କୁ ଭେଟିବାକୁ ଚାଲିଗଲେ। ଅନ୍ୟପାଖେ କରନ୍ ଜୋହର୍‌ ନିର୍ଦେଶିତ ଆଗାମୀ ଚଳଚ୍ଚିତ୍ର ‘ରଣଭୂମି’ରେ ମଧ୍ୟ ଦୁହେଁ କାମ କରିବେ ବୋଲି ଶୁଣାଯାଉଥିଲା, କିନ୍ତୁ ମନୋମାଳିନ୍ୟ କାରଣରୁ ବରୁଣ ଅଭିନେତ୍ରୀ ଭାବେ ଆଲିୟାଙ୍କ ବଦଳରେ କିଆରା ଆଡଭାନୀଙ୍କୁ ନେବା ନିମନ୍ତେ ପ୍ରସ୍ତାବ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories