www.samajalive.in
Saturday, December 6, 2025
16.1 C
Bhubaneswar

ପୂର୍ବ ଓ ଦକ୍ଷିଣରେ ବିଜେପିର ଗତିରୋଧ ପାଇଁ ନବୀନ-କମଲ ହାସନଙ୍କ ସାକ୍ଷାତ

ଭୁବନେଶ୍ୱର : ସୁପ୍ରସିଦ୍ଧ ଅଭିନେତା ତଥା ତାମିଲନାଡୁ ରାଜନୀତିରେ ସାମିଲ ହୋଇଥିବା (ଏମ୍‍କେଏମ୍‍) ଦଳର ମୂଖ୍ୟ କମଲହାସନ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚେନ୍ନଇରେ ସାକ୍ଷାତ କରିଛନ୍ତି। ନୂଆକରି ରାଜନୀତିରେ ପାଦ ଦେଇଥିବା କମଲ ହାସନ ଓ ନବୀନ ପଟ୍ଟନାୟକଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନବୀନଙ୍କଠାରୁ ସେ ରାଜନୈତିକ ଜ୍ଞାନ ହାସଲ କରିବାପାଇଁ ସାକ୍ଷାତ କରି ଆଲୋଚନା କରିଛନ୍ତି ବୋଲି କମଲ ହାସନ କହିଛନ୍ତି। ଗୋଟିଏପଟେ କେନ୍ଦ୍ରରେ କ୍ଷମତାସୀନ ବିଜେପି ଦକ୍ଷିଣ ଭାରତରେ ନିଜର ସ୍ଥିତି ମଜବୁତ କରିବାକୁ ଚେଷ୍ଟା କରୁଥିଲାବେଳେ ନବୀନ ଓ କମଲ ହାସନଙ୍କ ସାକ୍ଷାତ ଭିନ୍ନ ଏକ ସନ୍ଦେଶ ଦେଉଛି।
ଏହା ଆଗାମୀ ଦିନରେ ବିଜେପି ବିରୋଧୀ କାର୍ଯ୍ୟକ୍ରମ ନେଇ ଏକ ଯୋଜନାର ସଂକେତ ଦେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସି ବିଜେଡି ସରକାର ବିରୋଧରେ ଦେଇଥିବା ମନ୍ତବ୍ୟରେ ନବୀନ କ୍ଷୁବ୍ଧ ହୋଇଛନ୍ତି। ମୋଦୀଙ୍କର ମଇ ୨୬ ଏବଂ ସେପ୍ଟେମ୍ବର ୨୨ରେ ଓଡିଶା ଗସ୍ତକୁ ନେଇ ବିଜୁଜନତାଦଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେବେ ନବୀନ ପଟ୍ଟନାୟକ ଏବଂ କମଲ ହାସନଙ୍କ ସାକ୍ଷାତ ଦକ୍ଷିଣ ଓ ପୂର୍ବ ଭାରତରେ ବିଜେପର ଗତିରୋଧ କରିବାପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି।
ପୂର୍ବରୁ କମଲହାସନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ କେରଳ ମୁଖ୍ୟମନ୍ତ୍ରୀ ପିନାରଇ ବିଜୟନଙ୍କୁ ମଧ୍ୟ ସାକ୍ଷାତ କରିସାରିଛନ୍ତି।
ତେବେ ମଙ୍ଗଳବାର ଚେନ୍ନଇର ନୂତନଭାବେ ଉଦଘାଟିତ ହୋଇଥିବା ଓଡିଶା ଭବନରେ ଏହି ଦୁଇନେତାଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି । କମଲ ହାସନଙ୍କ ଦୃଷ୍ଟିରେ ନବୀନ ହେଉଛନ୍ତି ଜଣେ ସୁଶାସକ । କମଲ ହାସନ ନବୀନଙ୍କୁ ସାକ୍ଷାତ କରିବାପରେ କହିଛନ୍ତି ସେ ରାଜନୀତିରେ ସମ୍ପୂର୍ଣ୍ଣ ନୂଆ ତେଣୁ ନବୀନ ପଟ୍ଟନାୟକଙ୍କ ଠାରୁ ତାଙ୍କୁ ମାର୍ଗଦର୍ଶନ ମିଳିବ। ଏହା ଭାବି ସେ ଦେଖାକରିବାକୁ ଯାଇଥିଲେ ବୋଲି କହିଥିଲେ। କମଲ ନବୀନଙ୍କର ବଡ ଫ୍ୟାନ ବୋଲି ମଧ୍ୟ ସମ୍ବୋଧନ କରିଥିଲେ । ନବୀନଙ୍କ ଭଳି ବ୍ୟକ୍ତିତ୍ବଙ୍କ ଠାରୁ ରାଜନୀତିର ମାର୍ଗ ବିଷୟରେ ଶିଖିବାକୁ ମିଳିଛି ବୋଲି ସେ କହିଥିଲେ। କମଲ ହାସନଙ୍କ ରାଜନୈତିକ ଦଳର ନାମ ହେଉଛି ମକଲ ନିଧି ମଧ୍ୟମ ଏହାର ଅର୍ଥ ନ୍ୟାୟର କେନ୍ଦ୍ର ଜନତା ଅଟନ୍ତି।

ଏହାପୂର୍ବରୁ ନବୀନ ପଟ୍ଟନାୟକ ଚେନ୍ନଇରେ ଓଡିଶାଭବନର ଉଦଘାଟନ କରିଥିଲେ ଏବଂ ନିବେଶକଙ୍କ ସମ୍ମିଳନୀକୁ ସମ୍ବୋଧନ କରିଥିଲେ। ସେ ମେକ୍‍ ଇନ ଓଡିଶା କନକ୍ଲେଭରେ ମୁମ୍ବଇ, ଦିଲ୍ଲୀ ପରେ ଚେନ୍ନଇରେ ନିବେଶକଙ୍କୁ ସମ୍ବୋଧନ କରିଥିଲେ। ସେ କହିଥିଲେ ଏହି ପ୍ରୟାସ ଦ୍ୱାରା ଓଡିଶାରେ ୨ଲକ୍ଷ କୋଟି ଟଙ୍କାର ନିବେଶ ହୋଇପାରିବ। ରାଜ୍ୟରେ ପୁଞ୍ଜିନିବେସ ପାଇଁ ସମୁଦାୟ ୨୫୦ କମ୍ପାନୀ ପଞ୍ଜିକୃତ ହୋଇସାରିଛନ୍ତି। ମେକଇନ୍‍ ଓଡିଶା କନକ୍ଲେଭ ନଭେମ୍ବର ମାସ ୧୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଚେନ୍ନଇରେ ନବୀନ ପଟ୍ଟନାୟକ ମୁରୁଗପ୍ପା ଗ୍ରୁପ୍ କାର୍ୟ୍ୟନିର୍ବାହୀ ଅଧ୍ୟକ୍ଷ ଏମ.ଏମ୍. ମୁରୁଗପ୍ପାନ, ଟାଫେ ଅଧ୍ୟକ୍ଷା ସୁଶ୍ରୀ ମଲ୍ଲିକା ଶ୍ରୀନିବାସନ୍, ସେରଟେକ୍ସ ପେଟ୍ରୋ କେମିକାଲ୍ସ ଏମଡି ଏସ୍. ଇଲାନାହ,ଚେତିନାଦ୍ ଗ୍ରୁପ୍ର ପରିଚାଳନା ନିର୍ଦେଶକ ଏମ୍ଏାଏମ୍ଆର ମୁଥିହା, ରାମକୋ ଗ୍ରୁପ୍ର ଅଧ୍ୟକ୍ଷ ପି.ଆର୍. ଭେଙ୍କଟରାମା ରାଜା, ଶ୍ରୀରାମ ଗ୍ରୁପ୍ ଅଧ୍ୟକ୍ଷ ଆର୍. ଥ୍ୟାଗ୍ରା ଜନ୍ ପ୍ରମୁଖ ରହିଛନ୍ତି। ନିବେଶକ ସମ୍ବୋଧନ ପୂର୍ବରୁ ରୋଡ ସୋର ମଧ୍ୟ ଆୟୋଜନ କରାଯାଇଥିଲା।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories