ଅକ୍ଷୟ ତୃତୀୟାରେ ଏହି ୫ଟି ରାଶି ହେବେ ଲାଭବାନ

0

ଆସନ୍ତା ବୁଧବାର ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଶାସ୍ତ୍ର ଅନୁଯାୟୀ ଏହି ଦିନଟିକୁ ଅତ୍ୟନ୍ତ ଶୁଭ ବୋଲି ମାନାଯାଏ । ଏହି ଦିନରେ ଲୋକମାନେ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ କରିଥାଆନ୍ତି ।

ଜ୍ୟୋତିଷ ଅନୁସାରେ ଚଳିତ ବର୍ଷ ଅକ୍ଷୟ ତୃତୀୟା ୧୧ ବର୍ଷ ପରେ ସର୍ବସିଦ୍ଧି ମହାସଂଯୋଗରେ ପଡୁଛି । ଯାହା ଦ୍ବାରା ୫ଟି ରାଶିର ଭାଗ୍ୟରେ ପରିବର୍ତ୍ତନ ହେବାର ଅଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ ।

ମେଷ ରାଶି: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅକ୍ଷୟ ତୃତୀୟା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ । ପୂର୍ବାରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ ଏବଂ ଧନପ୍ରାପ୍ତିର ଯୋଗ ରହିଛି । କମ୍ ପରିଶ୍ରମରେ ଅଧିକ ଫଳ ପ୍ରାପ୍ତ ହେବ ଏବଂ କ୍ୟାରିୟରକୁ ଏକ ନୂଆ ମାର୍ଗ ମିଳିବ ।

ମିଥୁନ ରାଶି: ଅକ୍ଷୟ ତୃତୀୟାରେ ମିଥୁନ ରାଶିର ଲୋକଙ୍କ ଭାଗ୍ୟ ଖୋଲିପାରେ । ଶନିଦେବଙ୍କ କୃପାରୁ କାର୍ଯ୍ୟକ୍ଷେତ୍ରରେ ପଦଉନ୍ନତି ହେବ । ନୂଆ ଲୋକଙ୍କ ସହ ମିଳନ ହୋଇପାରେ ଯାହା ଆପଣଙ୍କ କାର୍ଯ୍ୟରେ ଉନ୍ନତି ପାଇଁ ସହାୟକ ହେବ । ଯଦି କୌଣସି କ୍ଷେତ୍ରରେ ନିବେଶ କରିଛନ୍ତି ତ ସେଥିଲେ ଲାଭବାନ ହୋବରୁ ସମ୍ଭବନା ରହିଛି । ପରିବାର ସଦସ୍ୟ ଓ ବନ୍ଧୁମାନଙ୍କ ପୁର୍ଣ୍ଣ ସହଯୋଗ ମିଳିବ ।

ସିଂହ ରାଶି: ଏହି ରାଶିର ଲୋକଙ୍କ ପାଇଁ ଅକ୍ଷୟ ତୃତୀୟା ପର୍ବ ଉତ୍ତମ ରହିବ । ଏହି ସମୟରେ ଆପଣଙ୍କ ସବୁ କ୍ଷେତ୍ରରେ ସଫଳତା ମିଳିବ । ଅନେକ ସମୟରୁ ହୋଇ ଆସୁଥିବା ଅସୁବିଧା ଦୂର ହେବ । ପଦୋନ୍ନତି ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ କିନ୍ତୁ ଏହା ବୃଥା ଯିବନି । ଏହା ବ୍ୟତିତ ବ୍ୟବସାୟରେ ଲାଭବାନ ହେବେ ।

ତୁଳା ରାଶି: ଅକ୍ଷୟ ତୃତୀୟା ଏହି ରାଶିର ଲୋକଙ୍କ ପାଇଁ ଶୁଭ ରହିବ । ଏହି ସମୟରେ କାର୍ଯ୍ୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ । ଯାହା ଦ୍ବାରା ଆପଣଙ୍କୁ ଭଲ ଲାଭ ହେବ ଏବଂ ବେପାରରେ ମଧ୍ୟ ଲାଭବାନ ହେବେ । ଏହି ସମୟରେ ନିଜ ରାଗ ଉପରେ ନିୟନ୍ତ୍ରଣ କରିବାକୁ ପଡିବ ଓ ନିଜ କାର୍ଯ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ । ଯାହା ଆପଣଙ୍କୁ ସଫଳତା ଆଡକୁ ଟାଣି ନେବ ।

କୁମ୍ଭ ରାଶି: ଏହି ରାଶିର ଲୋକଙ୍କ ପାଇଁ ଅକ୍ଷୟ ତୃତୀୟା ପର୍ବ ଅତ୍ୟନ୍ତ ଶୁଭ ରହିବ । ଅଧିକ ସମୟ ଧରି ପୂରଣ ହେଉ ପାରୁନଥିବା କାର୍ଯ୍ୟଟି ପୂରା ହେବ । କମ୍ ସମୟରେ ଅଧିକ ସଫଳତାର ଯୋଗ ରହିଛି ।

Leave A Reply