www.samajalive.in
Monday, December 15, 2025
24.1 C
Bhubaneswar

ଓଡ଼ିଶା ପାଇଁ ଗୌରବ: ‘ଗଗନଯାନ’ରେ ମହାକାଶଯାତ୍ରା ପାଇଁ ମନୋନୀତ ହେଲେ ବଲାଙ୍ଗିରର ନିଖିଳ ରଥ

ବଲାଙ୍ଗିର: ସମଗ୍ର ଓଡିଶା ପାଇଁ ଗୌରବ। ଭାରତର ପ୍ରଥମ ସ୍ବଦେଶୀ ମହାକାଶ ଅଭିଯାନ ଗଗନଯାନରେ ମହାକାଶଯାତ୍ରା ପାଇଁ ଓଡିଶାର ସୁପୁତ୍ର ନିଖିଳ ରଥଙ୍କୁ ମନୋନୀତ କରାଯାଇଛି । ସେ ଦେଶର ପ୍ରଥମ ମ୍ୟାନଡ୍‌ ମିସନ୍‌ର ଅଂଶ ହେବାପାଇଁ ଯାଉଛନ୍ତି। ନିଖିଳ ରଥ ସଫଳତାର ସହ ରୁଷ୍‌ରେ ଗଗନଯାନ ମିଶନ୍‌ପାଇଁ ଦିଆଯାଇଥିବା ତାଲିମ୍‌କୁ ସମ୍ପୂର୍ଣ୍ଣ କରିଛନ୍ତି। ଗଗନଯାନ ୨୦୨୨ରେ ମହାକାଶକୁ ଯିବାର ଅଛି । ଇସ୍ରୋ ୨୦୧୯ ମସିହାରେ ୱିଙ୍ଗ କମାଣ୍ଡର ନିଖିଳ ରଥଙ୍କୁ ଏହି ମିସନ୍‌ ପାଇଁ ମନୋନୀତ କରିଥିଲା।
ନିଖିଳଙ୍କ ଜନ୍ମ ଓଡିଶାର ବଲାଙ୍ଗୀର ଜିଲ୍ଲାରେ। ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା ମିଶନ ‘ଗଗନଯାନ’ ପାଇଁ ବଲାଙ୍ଗିରର ନିଖିଳ ରଥ ଚୂଡାନ୍ତ ତାଲିକାରେ ସ୍ଥାନ ପାଇଛନ୍ତି। ପୂର୍ବରୁ ନିଖିଳ ରଥ ଓ ଅନ୍ୟ ୨୫ଜଣ ସାଥୀ ଏହି ଗଗନଯାନ ପାଇଁ ଚୟନ ହୋଇଥିଲେ। ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କ ପରୀକ୍ଷା ନିରୀକ୍ଷା କରାଯାଇଥିଲା। କିଏ ଚୂଡାନ୍ତ ତାଲିକାରେ ସ୍ଥାନ ପାଇବେ ତାହା ସ୍ପଷ୍ଟ ହୋଇ ନଥିଲା। ତେବେ ଶନିବାର ମିଳିଥିବା ତଥ୍ୟ ଅନୁସାରେ, ଗଗନଯାନ ପାଇଁ ଚୂଡାନ୍ତ ୪ ଜଣିଆ ତାଲିକାରେ ସ୍ଥାନ ପାଇଛନ୍ତି ନିଖିଳ ରଥ। ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଟୁଇଟ୍ କରି ନିଖିଳ ରଥଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

୨୦୨୨ ମସିହାରେ ଭାରତର ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ପ୍ରଥମ ଥର ପାଇଁ ମାନବ ଅନ୍ତରୀକ୍ଷ ଯାତ୍ରା ମିଶନ ‘ଗଗନଯାନ’ର ଯୋଜନା କରିଛି। ଏହି ମିଶନରେ ଭାରତ ଅନ୍ତରୀକ୍ଷଙ୍କୁ ମାନବ ପଠାଇବ। ଏ ସଂପର୍କରେ ୨୦୧୮ ସାଧାରଣତନ୍ତ୍ର ଦିବସ ବକ୍ତବ୍ୟ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ଏଥିପାଇଁ ୧୦ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା। ମହାକାଶରେ ୭ ଦିନ ଏହି ଗଗନଯାନ ଟିମ ରହିବ ବୋଲି ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ। ଭାରତୀୟ ବାୟୁ ସେନାରେ ଉଇଙ୍ଗ କମାଣ୍ଡର ଭାବେ କାର୍ଯ୍ୟରତ ନିଖିଳ ରଥ ଚୂଡାନ୍ତ ତାଲିକାରେ ସ୍ଥାନ ପାଇ ସାରିଥିବା ବେଳେ ଗଗନଯାନ ପାଇଁ ଆଗକୁ ବର୍ଷେ ଯାଏ ରୁଷିଆରେ ତାଲିମ ନେବେ। ନିଖିଳ ଗଗନଯାନ ପାଇଁ ମନୋନୀତ ହୋଇଥିବା ଖବର ଜଣାପଡିବା ପରେ ବଲାଙ୍ଗିର ସହ ଓଡ଼ିଶାରେ ଖୁସି ପ୍ରକାଶ ପାଇଛି।
ଉଇଙ୍ଗ କମାଣ୍ଡର ନିଖିଳ ରଥ ହେଉଛନ୍ତି ବଲାଙ୍ଗିରର ବିଜେଡି ନେତା ତଥା ବ୍ୟବସାୟୀ ଅଶୋକ ରଥ ଓ ମହିଳା କମିଶନ ସଦସ୍ୟା କୁସୁମ ରଥଙ୍କ ପୁଅ। ସେ କେନ୍ଦ୍ରୀୟ ବିଦ୍ୟାଳୟରୁ ୧୯୯୮ରେ ପାଠ ପଢା ସାରି ଦିଲ୍ଲୀ ପବ୍ଲିକ ସ୍କୁଲରୁ ଯୁକ୍ତ ଦୁଇ ବିଜ୍ଞାନ ପଢିଥିଲେ। ହିନ୍ଦୁ କଲେଜରେ ୨୦୦୩ରେ ବିଜ୍ଞାନରେ ଯୁକ୍ତ ତିନି ପଢୁଥିବା ବେଳେ ନିଖିଳ ଏନ୍‌ଡିଏ ପାଇଁ ମନୋନୀତ ହୋଇଥିଲେ। ଆଉ ତାଲିମ ନେଇ ସେ ଭାରତୀୟ ବାୟୁ ସେନାରେ ଯୋଗ ଦେଇଥିଲେ। ଗଗନଯାନ ମିଶନରେ ନିଖିଳଙ୍କ ସହିତ ଭାରତୀୟ ମହାକାଶଚାରୀମାନେ ଭୂମିରୁ ୩୦୦ରୁ ୪୦୦ କିଲୋମିଟର ଉପର ୭ ଦିନ ପର୍ୟ୍ୟନ୍ତ ବିଭିନ୍ନ ଗବେଷଣା କରିବେ। ବିଶ୍ୱରେ ଭାରତ ଚତୁର୍ଥ ଦେଶ ଭାବେ ନିଜ ମହାକାଶଯାନରେ ମହାକଶଚାରୀମାନଙ୍କୁ ମହାକାଶକୁ ପ୍ରେରଣ କରିବ। ପୂର୍ବରୁ ଆମେରିକା, ରୁଷ୍‌ ଏବଂ ଚୀନ୍‌ ମହାକାଶ ଯାନରେ ମହାକାଶଚାରୀଙ୍କୁ ମହାକାଶକୁ ପ୍ରେରଣ କରିଛନ୍ତି।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories