ଅଜନ୍ତା ସର୍କସର ଘୋଷଣା, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ମିଳିବ ୫୦% ରିହାତି

ଭୁବନେଶ୍ୱର: ଦୀର୍ଘ ୮ବର୍ଷ ପରେ ରାଜଧାନୀ ୟୁନିଟ୍ ୩ ପ୍ରଦର୍ଶନୀ ପଡ଼ିଆରେ ଚିତାକର୍ଷକ ରୋମାଞ୍ଚକାରୀ ସର୍କସ ପ୍ରଦର୍ଶନ କରୁଥିବା ଅଜନ୍ତା ସର୍କସ ପ୍ରତି ଦିନକୁ ଦିନ ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି। ଆସନ୍ତା ୨ସପ୍ତାହ ଧରି ହେବାକୁ ଥିବା ଏହି ସର୍କସରେ ଚିତାକର୍ଷକ ଖେଳ ପ୍ରଦର୍ଶନ କରାଯାଉଛି । ଏହି ଅବସରରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଟିକଟ ମୂଲ୍ୟର ଶତକଡ଼ା ୫୦% ଛାଡ଼ ପାଇଁ ଅଜନ୍ତା ସର୍କସ ପକ୍ଷରୁ ଘୋଷଣା କରାଯାଇଛି। ଅଜନ୍ତା ସର୍କସର ମ୍ୟାନେଜର ବୈକୁଣ୍ଠ ପାତ୍ର ଓ ସଞ୍ଜିତ ଘୋଷାଲ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

prayash

ସର୍କସ ଏକ ଅନ୍ତଃରାଷ୍ଟ୍ରୀୟ ଖେଳ। ବିଦେଶରୁ ଆସି ପୂର୍ବରୁ ଏହି ସର୍କସ ଓଡ଼ିଶାର ବିଭିନ୍ନ ସହରରେ ପ୍ରଦର୍ଶିତ ହେଉଥିଲା। ପୂର୍ବରୁ ମନୋରଞ୍ଜନ ପାଇଁ ସର୍କସ ସମସ୍ତଙ୍କ ପସନ୍ଦ ଥିଲା। ସର୍କସରେଆଫ୍ରିକାନ୍, ରଷିଆନ୍, ମଣିପୁରର କଳାକାରମାନେ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥାନ୍ତି। ଏଥିରେ ଫାୟାର ରିଂ, ଫ୍ଲାଇଂ, ଫାୟାର ଡ୍ୟାନ୍ସ, ସାଇକେଲ ଫ୍ଲାଏ, ରିଂ ବାଲାନ୍ସ, ଜୋକର କମେଡ଼ି ସହ ୩୦ପ୍ରକାର ଖେଳ ପ୍ରଦର୍ଶନ କରାଯାଉଛି। ଗ୍ଲୋବ ମଟର ସାଇକେଲ୍ ରାଇଡ଼୍ ଅଧିକ ଦର୍ଶକଙ୍କୁ ରୋମାନ୍ସ ଭରି ଦେଉଛି। ମ୍ୟାନେଜର ବୈକୁଣ୍ଠ ପାତ୍ର ଓ ସଞ୍ଜିତ ଘୋଷାଲ ଅଜନ୍ତା ସର୍କସ ପରିଚାଳନା କରୁଛନ୍ତି।

kalyan agarbati

Comments are closed.