www.samajalive.in
Monday, December 15, 2025
24.1 C
Bhubaneswar

‘ଆଜାଦୀ କା ଅମୃତ୍’ ମହୋତ୍ସବ

ଚୌଦ୍ୱାର: ଚୌଦ୍ୱାର କପାଳେଶ୍ୱର ସ୍ଥିତ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ତରଫରୁ ‘ଆଜାଦୀ କା ଅମୃତ୍’ ମହୋତ୍ସବ ପାଳନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ଲୋକମାନଙ୍କର ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା,ଔଷଧ କିଟ୍ ଓ ମିଷ୍ଟାନ ଆଦି ବଣ୍ଟନ କରାଯାଇଥିଲା। ଜନ ଔଷଧି କେନ୍ଦ୍ରର ପରିଚାଳକ ଅସୀମ ଦାସଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ଓବିସି ମୋର୍ଚ୍ଚା ସଦସ୍ୟ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ ଓ ସିଦ୍ଧାର୍ଥ ଶଙ୍କର ପତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ଜନ ଔଷଧି ବିଷୟରେ ବିବରଣୀ ପ୍ରଦାନ କରିବା ସହିତ ଏହାର ଉପକାରିତା ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ । ସାରା ଭାରତବର୍ଷରେ ଏବେ ୮୩୪୫ଟି ଜନ ଔଷଧି କେନ୍ଦ୍ର କାର୍ଯ୍ୟ କରୁଥିବା ବେଳେ ଏହା ମଧ୍ୟମରେ ୧୪୫୧ଟି ଉଚ୍ଚ ଗୁଣବତା ଔଷଧ ତଥା ୨୪୦ ସର୍ଜୀକାଲ ଉପକରଣ ଉପଲବ୍ଧ କରାଯାଉଛି ବୋଲି ସେ ସୁଚନା ପ୍ରଦାନ କରିଥିଲେ। ଡା.ରବିନ୍ଦ୍ର କୁମାର ମହାପାତ୍ର, ଫାର୍ମାଶିଷ୍ଟ ତ୍ରୈଲୋକ୍ୟ ଚନ୍ଦ୍ର ସାହୁ, ରାଜେନ୍ଦ୍ର ଗୋଚ୍ଛାୟତ, ସୌମ୍ୟାଶ୍ରୀ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories