ଏୟାରଟେଲ ତିନୋଟି ନୂଆ ପ୍ଲାନ୍ : ଧିରେ ଧିରେ ଲାଗୁ ହେବ ସାରା ଦେଶରେ
ନୂଆଦିଲ୍ଲୀ : ଏକ ଲମ୍ବା ସମୟ ପରେ ଏୟାରଟେଲର ତିନୋଟି ନୂଆ ପ୍ରିପେଡ୍ ପ୍ଲାନ୍ ବଜାର ପ୍ରବେଶ କହିଛି। ଏୟାରଟେଲର ଏହି ତିନୋଟି ପ୍ଲାନର ମୂଲ୍ୟ ୩୫ଟଙ୍କା, ୬୫ଟଙ୍କା ଏବଂ ୯୫ଟଙ୍କା। ଏହି ତିନୋଟି ପ୍ଲାନକୁ ପ୍ରଥମେ ପଞ୍ଜାବ, ତାମିଲନାଡୁ ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଲଞ୍ଚ୍ କରାଯାଇଛି। ତେବେ ଧିରେ ଧିରେ ଏହାକୁ ଦେଶରେ ଅନ୍ୟ ସର୍କଲରେ ଲାଗୁ କରାଯିବ। ଆସନ୍ତୁ ଜାଣିବା ଏହି ତିନୋଟି ପ୍ଲାନ୍ରେ ମିଳିବାକୁ ଥିବା ସୁବିଧା ବିଷୟରେ।
୩୫ଟଙ୍କାର ପ୍ଲାନ୍ରେ ଆପଣ ୩୫ଟଙ୍କା ରିଚାର୍ଜ କରି ୨୬.୬୬ଟଙ୍କାର ବାଲାନ୍ସ ପାଇପାରିବେ। ଏହାସହିତ ୧ପଇସା ପ୍ରତି ସେକେଣ୍ଡ ଦରରେ ଲୋକାଲ, ଏସ୍ଟିଡି ଏବଂ ଲ୍ୟାଣ୍ଡ ଲାଇନ୍ କଲିଙ୍ଗ ପାଇପରିବେ। ଏହି ପ୍ୟାକ୍ରେ ୧୦୦ଏମ୍ବି ଡାଟା ମଧ୍ୟ ପାଇପାରିବେ। ଏହି ପ୍ଲାନ୍ର ବୈଧତା ୨୮ଦିନ।
୬୫ଟଙ୍କାର ପ୍ଲାନ୍ରେ ୨୮ଦିନର ବୈଧତା ସହିତ ୬୫ଟଙ୍କାର ଟକ୍ଟାଇମ୍, ୧ପଇସା ପ୍ରତି ସେକେଣ୍ଡ ଦରରେ ଲୋକାଲ, ଏସ୍ଟିଡି ଏବଂ ଲ୍ୟାଣ୍ଡଲାଇନ୍ କଲିଙ୍ଗ ତଥା ୨୦୦ଏମ୍ବି ଡାଟା ପାଇପାରିବେ। ଏହାବ୍ୟତୀତ ୯୫ଟଙ୍କାର ପ୍ଲାନ୍ରେ ଫୁଲ ଟକଟାଇମ୍ ମିଳିଥାଏ। ୨୮ଦିନର ବୈଧତା, ୫୦୦ ଏମ୍ବି ଡାଟା ଏବଂ ୧ପଇସା ଦରରେ ଲୋକାଲ, ଏସଟିଡି ଏବଂ ଲ୍ୟାଣ୍ଡଲାଇନ୍ କଲିଙ୍ଗ୍ ସୁବିଧା ମିଳିବ।
କିଛିଦିନତଳେ ଏୟାରଟେଲ ତରଫରୁ ତାର ପୋଷ୍ଟପେଡ୍ ଗ୍ରାହକଙ୍କୁ ଏୟାରଟେଲ ଟିଭି, ମାଇଁ ଏୟାରଟେଲ ଏପ୍ଲସ୍ ସହିତ ନେଟ୍ଫ୍ଲିକ୍ସର ସବ୍ସକ୍ରିସନ୍ ତିନିମାସ ପାଇଁ ମାଗଣାରେ ଦିଆଯିବ। ଏହି ଅଫର ପୋଷ୍ଟପେଡ୍ ଗ୍ରାହକଙ୍କ ବ୍ୟତୀତ ଏୟାରଟେଲ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କୁ ମଧ୍ୟ ମିଳିବ। ଏହି ଅଫର ଅନୁସାରେ ଏୟାରଟେଲର ପୋଷ୍ଟପେଡ୍ ଗ୍ରାହକ ୩ମାସ ପର୍ଯ୍ୟନ୍ତ ମାଗଣାରେ ଏୟାରଟେଲ ଟିଭି ଏବଂ ମାଇଁ ଏୟାରଟେଲ ଆପ୍ ଜରିଆରେ ନେଟପ୍ଲିକ୍ସର ବ୍ୟାବହାର କରିପାରିବେ। ଯଦି ଆପଣ ପ୍ରଥମରୁ ନେଟପ୍ଲିକ୍ସର ବ୍ୟବହାର କରୁଛନ୍ତି ଏବଂ ଏହାସହିତ ଏୟାରଟେଲର ପୋଷ୍ଟ ପେଡ୍ ଗ୍ରାହକ ଅଟନ୍ତି ତେବେ ଆପଣଙ୍କୁ ସାଇନ୍ଅପ୍ କରିବାର ଆବଶ୍ୟକତା ନାହିଁ କିନ୍ତୁ ନୂଆ ଗ୍ରାହକଙ୍କୁ ସାଇନ୍ଅପ୍ କରିବାକୁ ପଡିବ। ଏହାବ୍ୟତୀତ ସେମାନେ ତିନିମାସ ନେଟପ୍ଲିକ୍ସ ମାଗଣାରେ ବ୍ୟବହାର କରିପାରିବେ।