www.samajalive.in
Saturday, December 13, 2025
15.1 C
Bhubaneswar

ଧାରା ୩୭୦ ଏବଂ ୩୫-କ ହଟିଲେ ଭାରତ ସହ ସମ୍ପର୍କ କାଟିଦେବ ଜାମ୍ମୁ କାଶ୍ମୀର : ମେହବୁବା

ଶ୍ରୀନଗର : ସମ୍ବିଧାନର ଧାରା ୩୭୦ ଏବଂ ୩୫-କ ବୈଧତାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାୟର ହୋଇଥିବା ପିଟିସନକୁ ନେଇ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‍ତି ଧମକ ଦେଇଛନ୍ତି। ମେହବୁବା କହିଛନ୍ତି ଯେ ଯଦି ୩୭୦ ଓ ୩୫ କ ହଟାଯିବ ତେବେ ଜାମ୍ମୁ କାଶ୍ମୀର ଭାରତ ସହ ସମ୍ପର୍କ କାଟିଦେବ। ରାଜୌରୀଠାରେ ଏକ ସାଧାରଣ ସଭାରେ ବୁଧବାର ଉଦ୍‍ବୋଧନ ଦେଇ ପିଡିପି ଅଧ୍ୟକ୍ଷା ମେହବୁବା ଏହା କହିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଭଳି ହେବାକୁ ପଡ଼ିବ। ଦକ୍ଷିଣ ଏସିଆରେ ଶାନ୍ତି, ସ୍ଥିରତା ପାଇଁ ପାକସ୍ତାନ ଏବଂ ଭାରତ ମଧ୍ୟରେ କଥାବାର୍ତ୍ତା ନିତ୍ୟାନ୍ତ ଆବଶ୍ୟକ। କାଶ୍ମୀର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନର ନିଜର ପ୍ରତିପକ୍ଷ ଇମ୍ରାନ ଖାନଙ୍କୁ ମିତ୍ରତାର ହାତ ବଢାନ୍ତୁ।
ଉଲ୍ଲେଖ ଯେ ସମ୍ବିଧାନର ଧାରା ୩୫-କ ଜାମ୍ମୁ-କାଶ୍ମୀରର ସ୍ଥାୟୀ ବାସିନ୍ଦାଙ୍କୁ ସ୍ୱତନ୍ତ୍ର ଅଧିକାର ଓ କ୍ଷମତା ଦେଇଛି। ଏହି ଧାରା ଅନୁଯାୟୀ ରାଜ୍ୟର ସ୍ଥାୟୀ ବାସିନ୍ଦାଙ୍କ ବ୍ୟତୀତ ଅନ୍ୟ କେହି ଜାମ୍ମୁ-କାଶ୍ମୀରରେ ସ୍ଥାବର ସମ୍ପତ୍ତି କ୍ରୟ କରିପାରିବେ ନାହିଁ କି ରାଜ୍ୟ ବାହାରର ଲୋକ ଏଠାରେ ନିଯୁକ୍ତି ପାଇପାରିବେ ନାହିଁ। ୧୯୫୪ ମେ ୧୪ରେ ରାଷ୍ଟ୍ରପତିଙ୍କ ନିର୍ଦେଶକ୍ରମେ ଏହି ଧାରାକୁ ସମ୍ବିଧାନରେ ସ୍ଥାନୀତ କରାଯାଇଛି। ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‍ଏସ୍‍ଏ) ଅଜିତ ଡୋଭାଲ ଜାମ୍ମୁ କାଶ୍ମୀର ପାଇଁ ଅଲଗା ସମ୍ବିଧାନକୁ ଏକ ତ୍ରୁଟି ବୋଲି କହିଥିଲେ। ସାର୍ବଭୌମତ୍ୱରେ କେବେ ବୁଝାମଣା କରାଯାଇ ହେବନି ବୋଲି ସେ ମତ ଦେଇଥିଲେ। ଏହା ପରେ ଜାମ୍ମୁ କାଶ୍ମୀରର ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି କ୍ରମରେ ମେହବୁବା ମୁଫ୍‍ତି ଭାରତ ସହ ସମ୍ପର୍କ କାଟିଦେବାକୁ ଧମକ ଦେଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories