ବଲାଙ୍ଗୀରରେ ଦାଦନ ସମସ୍ୟା ସହ ତାଳଦେଇ ବଢୁଛି ଏଡସ୍ ରୋଗୀଙ୍କ ସଂଖ୍ୟା

ଆସନ୍ତାକାଲି ବିଶ୍ବ ଏଡସ୍ ଦିବସ

ବଲାଙ୍ଗୀର: ପ୍ରତିବର୍ଷ ଏଡସ୍ ରୋଗୀଙ୍କ ପାଇଁ ଡିସେମ୍ବର ୧ ତାରିଖରେ ପାଳନ କରାଯାଇଥାଏ ବିଶ୍ୱ ଏଡସ୍ ଦିବସ। ଏହି ଦିବସରେ କୋଟି କୋଟି ଟଙ୍କା ବ୍ୟୟ କରି ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ଅନେକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ମଣିଷକୁ ଏହି ଦୁରାସାଧ୍ୟ ରୋଗରୁ ମୁକ୍ତି ପାଇବା ପାଇଁ ସଚେତନତା ହିଁ ଏକମାତ୍ର ରାସ୍ତା ହୋଇଥିବା ବେଳେ ବିଭାଗର ସଚେତନତା କାର୍ୟ୍ୟକ୍ରମ କେତେ ସଫଳ ତାହା ଏଡସ୍ ରୋଗୀଙ୍କ ପରିସଂଖ୍ୟାନ ଉପରେ ନଜର ପକାଇଲେ ସ୍ପଷ୍ଟ ଭାବେ ଜଣାପଡୁଛି। ପ୍ରତିବର୍ଷ ବଲାଙ୍ଗୀର ଜିଲାରେ ପ୍ରାୟ ଶତାଧିକ ଏଡସ୍ ରୋଗୀ ଚିହ୍ନଟ ହେଉଥିବା ବେଳେ ସହରରେ ବୃଦ୍ଧି ପାଉଥିବା ଏଡସ ରୋଗୀଙ୍କ ସଂଖ୍ୟା ଏବେ ଚିନ୍ତାରେ ପକାଇଛି। ପୂର୍ବରୁ ଦାଦନ ପ୍ରବଣ ଅଞ୍ଚଳରେ ହାଇଆଲର୍ଟ ରହୁଥିବା ବେଳେ ଏବେ ଏହା ଜିଲାର ସମସ୍ତ ବ୍ଲକରେ ପ୍ରଭାବ ବିସ୍ତାର କରିଥିବା ଅଭିଯୋଗ ହୋଇଛି।

ବିଭାଗୀୟ ତଥ୍ୟ ଅନୁଯାୟୀ ବଲାଙ୍ଗୀର ଜିଲାର ତୁରେକେଳା,କଣ୍ଟାବାଞ୍ଜି,ଖପ୍ରାଖୋଲ ଭଳି ଦାଦନ ପ୍ରବଣ ବ୍ଲକ ମାନଙ୍କରେ ଏଡସ୍   ରୋଗୀଙ୍କ ସଂଖ୍ୟା ପୂର୍ବରୁ ବେଶୀ ରହୁଥିବା ଦେଖିବାକୁ ମିଳୁଥିଲା। କିନ୍ତୁ ଗତ କିଛି ବର୍ଷ ହେଲା ବଲାଙ୍ଗୀର ସଦର ବ୍ଲକ ଏବଂ ସହରରେ ଏଡସ୍ ରୋଗୀଙ୍କ ସଂଖ୍ୟା ମାତ୍ରାଧିକ ଭାବେ ବୃଦ୍ଧି ପାଉଥିବା ଦେଖିବାକୁ ମିଲିଛି। ଯାହାକି ଏବେ ଅଞ୍ଚଳ ପାଇଁ ସତର୍କ ଘଣ୍ଟି ବଜାଇଛି। ଗତ ୨୦୧୮ ମସିହା ସୁଦ୍ଧା ବଲାଙ୍ଗୀର ସଦର ବ୍ଲକ ଏବଂ ପୈାରାଞ୍ଚଳରେ ସମୁଦାୟ ୩୩୬ ଜଣ ଏଚଆଇଭି ପଜିଟିଭ ରୋଗୀ ରହିଥିଲେ। କିନ୍ତୁ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୩୧ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହା ୩୬୭ରେ ପହଞ୍ଚିଛି। ତେବେ ନୂତନ ଭାବେ ଚିହ୍ନଟ ହୋଇଥିବା ରୋଗୀ ମାନଙ୍କ ଭିତରେ ବେଶୀ ବଲାଙ୍ଗୀର ସହରର ବୋଲି ଜଣାପଡିଛି। ସେହିପରି ସଂପୂର୍ଣ୍ଣ ପରିସଂଖ୍ୟାନ ଉପରେ ନଜର ପକାଇଲେ ବିଭାଗୀୟ ସୂଚନା ଅନୁସାରେ ଅକ୍ଟୋବର ୨୦୧୯ ସୁଦ୍ଧା ବଲାଙ୍ଗୀର ଜିଲାରେ ୧୪୭୩ ଜଣ ରୋଗୀ ରହିଛନ୍ତି। ପୂର୍ବ ବର୍ଷ ଅପେକ୍ଷା ଏହି ଦଶ ମାସ ଭିତରେ ୩୬୦ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି। ଟିଟିଲାଗଡ ବ୍ଲକରେ ୧୭୪,ଟିଟିଲାଗଡ ମୁନସିପାଲଟିରେ ୧୩୦, ପାଟଣାଗଡ ବ୍ଲକରେ ୧୬୩,ପାଟଣାଗଡ ଏନଏସିରେ ୧୨,ତୁରେକେଳା ବ୍ଲକରେ ୭୮, କଣ୍ଟାବାଞ୍ଜି ଏନଏସିରେ ୪୨, ବଙ୍ଗୋମୁଣ୍ଡା ବ୍ଲକରେ ୭୬,ସଇଁନ୍ତଲା ବ୍ଲକରେ ୭୫, ମୁରିବାହାଲ ବ୍ଲକରେ ୬୫, ଲୋଇସିଂହା ବ୍ଲକରେ ୫୭, ପୁଇଁତଳା ବ୍ଲକରେ ୭୩, ଦେଓଗାଁ ବ୍ଲକରେ ୪୮, ଖପ୍ରାଖୋଳ ବ୍ଲକରେ ୩୫, ବେଲପଡା ବ୍ଲକରେ ୪୨, ଆଗଲପୁର ବ୍ଲକରେ ୧୭, ଗୁଡଭେଲା ବ୍ଲକରେ ସର୍ବନିମ୍ନ ୧୯ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡିଛି।

prayash

ତେବେ ଜିଲାର ଦାଦନ ପ୍ରବଣ ବ୍ଲକ ଅପେକ୍ଷା ସହରି ଇଲାକାରେ ହୁ ହୁ ହୋଇ ଏଡସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ ଅନେକ ଆଲୋଚନା ସାମ୍ନାକୁ ଆସିଛି।ବଲାଙ୍ଗୀରରେ ଦାଦନ ଯଦିଓ ସେତେଟା ସମସ୍ୟା ସୃଷ୍ଟି କରିନାହିଁ ଏଡସ୍ ବୃଦ୍ଧି ପାଇବାର ଅନ୍ୟତମ କାରଣ ଦେହ ବ୍ୟାପାର ବୋଲି ଚର୍ଚ୍ଚା ହେଉଛି। ରାଜ୍ୟ ବାହାରୁ ଯୁବତୀ ମାନେ ଟ୍ରେନରେ ଆସି ବଲାଙ୍ଗୀରରେ ରହି ନିଜ ବ୍ୟାପାର ଚଲାଉଥିବା ବେଳେ ଏଥିଯୋଗୁ ଏଡସ୍ ରୋଗ ବୃଦ୍ଧି ପାଉଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି। ଏହା ସହିତ ଆଉ ଏକ ପ୍ରମୁଖ କାରଣ ହେଉଛି ସହରରେ ଟ୍ରାନ୍ସଜେଣ୍ଡର ଯୈାନ ସଂପର୍କ ବୃଦ୍ଧି ପାଇବା ବୋଲି ଆଉ ଏକ ସମର୍ଥିତ ସୂତ୍ରରୁ ଜଣାପଡିଛି। ତେବେ ଏଡସ ରୋଗ ବୃଦ୍ଧି ହେବାର କାରଣ ଯାହା ହେଉ ନା କାହିଁକି ବଲାଙ୍ଗୀର ସହରରେ ବର୍ଷକୁ ବର୍ଷ ବଢୁଥିବା ଏଡସ ରୋଗୀଙ୍କ ସଂଖ୍ୟା ନିହାତି ଭାବେ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ଏଡସ୍ ରୋଗୀଙ୍କ ତାଳିକାରେ ୯୮୬ ପୁରୁଷ, ୩୯୯ ମହିଳା, ୮୮ ଶିଶୁ ରହିଛନ୍ତି।

ତେବେ ବିଶ୍ୱ ଏଡସ୍ ଦିବସ ଅବସରରେ ହେଉଥିବା ସଚେତନତା ଏକ ଦିନିକିଆ କାର୍ୟ୍ୟକ୍ରମରେ ନ ରହି ବର୍ଷ ତମାମ ସଚେତନତା କାର୍ୟ୍ୟକ୍ରମରେ ପରିଣତ ହେଉ ବୋଲି ମତ ପ୍ରକାଶ ପାଇଥିବା ବେଳେ ବଲାଙ୍ଗିର ସହର ପ୍ରତି ଏଦିଗରେ ବିଶେଷ ଧ୍ୟାନ ରଖିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

kalyan agarbati

Comments are closed.