BJD Bijuli 480×75 Mob

ଅଗ୍ନି-୩ର ରାତ୍ରିକାଳୀନ ସଫଳ ପରୀକ୍ଷଣ

BJD Bijuli 480×75 Mob

ବାଲେଶ୍ୱର : ବାଲେଶ୍ୱରର ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ୍ର କେନ୍ଦ୍ର ଅଧୀନସ୍ଥ ଧାମରାର ଅବଦୁଲ୍‍ କାଲାମ୍‍ ଦ୍ବୀପ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୪ ନମ୍ବର ଉତ୍‍କ୍ଷେପଣ କେନ୍ଦ୍ରରୁ  ଶନିବାର ଅଗ୍ନୀ ୩ କ୍ଷେପଣାସ୍ତ୍ରର ରାତ୍ରିକାଳିନ ବ୍ୟବହାରିକ ପରୀକ୍ଷା କରାଯାଇଛି । ସନ୍ଧ୍ୟା ୭.୧୭ ମିନିଟ ସମୟରେ ଆଣବିକ କ୍ଷମତା ସମ୍ପନ୍ନ ଅଗ୍ନି-୩ କ୍ଷେପଣାସ୍ତ୍ରର ଏହି ପରୀକ୍ଷା କରାଯାଇଥିଲା ବେଳେ ପରୀକ୍ଷା ସମ୍ପୂର୍ଣ୍ଣ ସଫଳ ହୋଇଥିବା ସୂଚନା ଦିଆଯାଇଛି। ପରୀକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ସ୍ଥଳସେନା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


ଉତକ୍ଷେପଣ ପରେ ଅଗ୍ନୀ ୩ କ୍ଷେପଣାସ୍ତ୍ର ସେକେଣ୍ଡକୁ ୫ ରୁ ୭ କିଲୋମିଟର ବେଗରେ ଯାଇ ଲକ୍ଷ୍ୟ ଭେଦ କରିଥିଲା। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାର ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡ ପକ୍ଷରୁ ପରୀକ୍ଷା କରାଯାଇଥିଲା। ୧୭ମିଟର ଲମ୍ବ ଓ ୨୨ଟନ ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ମୋଟେଇ ୨ ମିଟର। ଏହା ଦେଢ ଟନର ପାରମ୍ପରିକ ଅଥବା ଆଣବିକ ଯୁଦ୍ଧାସ୍ତ୍ର ବହନ କରି ୩,୫୦୦ରୁ ୫ ହଜାର କିମି ଦୂରରେ ଯେକୌଣସି ଲକ୍ଷ୍ୟକୁ ଭେଦ କରିବାର କ୍ଷମତା ରହିଛି। ଅଗ୍ନି-୩ ୨୦୧୧ରରୁ ଭାରତୀୟ ସେନାରେ ନିୟୋଜିତ ହୋଇସାରିଛି। ୨୦୦୬ ମସିହାରୁ ଏହାର ବିଭିନ୍ନ ସମୟରେ ପରୀକ୍ଷା କରାଯାଇ ଆସୁଛି। ଶେଷଥର ପାଇଁ ଏହା ୨୦୧୭ ମସିହା ଏପ୍ରିଲ ୨୭ ତାରିଖରେ ସେହି କଲାମ ଦ୍ୱୀପରୁ ସଫଳତାର ସହିତ ପରୀକ୍ଷା କରାଯାଇଥିଲା।

 

Comments are closed.