www.samajalive.in
Sunday, December 7, 2025
26.1 C
Bhubaneswar

କଂଗ୍ରେସ କ୍ଷମତାକୁ ଆସିଲେ ଅଗ୍ନିପଥ ଯୋଜନା ବନ୍ଦ: ପ୍ରିୟଙ୍କା

ନୂଆଦିଲ୍ଲୀ: ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଅଗ୍ନିପଥ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ କଂଗ୍ରେସ କେନ୍ଦ୍ରରେ କ୍ଷମତାକୁ ଆସିଲେ ଏହି ଅଗ୍ନିପଥ ଯୋଜନାକୁ ବନ୍ଦ କରିଦେବ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ର। ହିମାଚଳ ପ୍ରଦେଶର କାନ୍‌ଗ୍ରାରେ ଆୟୋଜିତ ଏକ ନିର୍ବାଚନ ସଭାରେ ଭାଷଣ ଦେଇ ପ୍ରିୟଙ୍କା କହିଥିଲେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସେନାରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା କରିଛନ୍ତି।

ଏହି ଯୋଜନାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବ୍ୟକ୍ତ କରାଯାଇଛି। କଂଗ୍ରେସ କେନ୍ଦ୍ରରେ ସରକାର ଗଢ଼ିଲେ ଅଗ୍ନିପଥ ଯୋଜନାକୁ ବନ୍ଦ କରି ଦେବ। କଂଗ୍ରେସ ଯାହା ପ୍ରତିଶ୍ରୁତି ଦିଏ ତାହା ପୂରଣ କରେ, ଛତିଶଗଡ଼ରେ କୃଷକଙ୍କ ଋଣ ଛାଡ଼ କରିବାକୁ କଂଗ୍ରେସ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ପ୍ରତିଶ୍ରୁତିକୁ ସେଠାକାର କଂଗ୍ରେସ ସରକାର ପୂରଣ କରିଛନ୍ତି। ତେଣୁ ଆଗାମୀ ଦିନରେ କେନ୍ଦ୍ରରେ କଂଗ୍ରେସ ସରକାର ଗଢ଼ିଲେ ନିଶ୍ଚିତ ଭାବେ ଅଗ୍ନିପଥ ଯୋଜନାକୁ ବନ୍ଦ କରିବ। ସୂଚନାଥାଉ କି ବିଭିନ୍ନ ରାଜନୈତିକ ଦଳର ବିରୋଧ ସତ୍ତ୍ବେ ଅଗ୍ନିପଥ ଯୋଜନା ବନ୍ଦ ହେବ ନାହିଁ ବୋଲି କିଛିଦିନ ତଳେ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ସ୍ପଷ୍ଟ କରି ଦିଆଯାଇଥିଲା।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories