www.samajalive.in
Tuesday, December 9, 2025
15.1 C
Bhubaneswar

ବାଇକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

କଲମପୁର : କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମାଟିଗାଁ ନିକଟରେ ସୋମବାର ଅପରାହ୍ନରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ନିତ୍ୟାନନ୍ଦ ମେହେର(୭୫) ଓ ସେ ବ୍ଲକର ବୁଡିପଦର ଗ୍ରାମର ଜଣାପଡିଛି। ପ୍ରାପ୍ତ୍ୟ ସୁଚନାରୁ ପ୍ରକାଶ ଯେ,ନିତ୍ୟାନନ୍ଦ ନିଜ ବେପାର ସାରି ସାଇକେଲରେ ଘରକୁ ଫେରୁଥିବାବେଳେ ବାଟରେ ମାଟିଗାଁ ନିକଟରେ ପଛପଟୁ ଏକ ବାଇକ ତାଙ୍କୁ ଶକ୍ତ ଧକ୍କାଦେଇଥିଲା। ଫଳରେ ନିତ୍ୟାନନ୍ଦ ରାସ୍ତାରେ ଛିଟିକି ପଡିଥିଲେ। ଗୁରୁତର ଅବସ୍ତାରେ ଜୁନାଗଡ ପିସିଆର ଭ୍ୟାନ ଯୋଗେ ତାଙ୍କୁ ଜୁନାଗଡ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ନିତ୍ୟାନନ୍ଦଙ୍କୁ ମୃତ ଘୋଷିତ କରିଥିଲେ। ଏପଟେ ଘଟଣା ସ୍ଥଳରୁ ବାଇକ ଆରୋହୀଙ୍କୁ ମଧ୍ୟ ଗୁରୁତର ଅବସ୍ତାରେ ଜୁନାଗଡ ଗୋଷ୍ଟୀସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କ ଅବସ୍ତା ଗୁରୁତର ଥିବା ଡାକ୍ତର ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ବାଇକ ଆରୋହୀ ଜଣକ ଜୁନାଗଡ ବ୍ଲକ ପଲାସ ଗ୍ରାମର ହୋଇଥିବାବେଳେ ସେ କଲମପୁର ଇଲେକ୍ଟ୍ରିଡିଭିଜନରେ କାର୍ଯ୍ୟରତ କର୍ମଚାରୀ ବୋଲି ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories