www.samajalive.in
Sunday, December 7, 2025
18.1 C
Bhubaneswar

ପୁଣି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ବିଧି ରକ୍ଷା ନେଇ ଦଇତାପତି ନିଯୋଗ ସହ ଆଲୋଚନା

ପୁରୀ : ଶୁକ୍ରବାର ସନ୍ଧ୍ୟାରେ ପୁଣି ଥରେ ବସିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଶ୍ରୀମନ୍ଦିର ଭିତରେ କିଭଳି ବିଧି ରକ୍ଷା କରାଯିବ ସେ ନେଇ ଏହି ବୈଠକରେ ନିଷ୍ପତି ନିଆଯିବ । ଏହି ବୈଠକରେ ଛତିଶାନିଯୋଗ ସହ ଗଜପତି ମହାରାଜ ଦିବ୍ୟସିଂହ ଦେଓ ଆଲୋଚନା କରୁଛନ୍ତି। ଏହାପରେ ଚଡାନ୍ତ ନୀତି ନିଷ୍ପତି ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରାଯିବ।  ସୁପ୍ରିମକୋର୍ଟଙ୍କ ନିଷ୍ପତି ପରେ ଆଜି ସକାଳେ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା।  ଗଜପତି ମହାରାଜ ଦିବ୍ୟସିଂହ ଦେଓ କହିଛନ୍ତି ବୈଠକରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ମହାମାରୀ କରୋନା ସଂକଟ ସମୟରେ ମହାପ୍ରଭୁଙ୍କ ଗୁଣ୍ଡିଚା, ବାହୁଡା, ସୁନାବେଶ, ଅଧର ପଣା, ନିଳଦ୍ରୀବିଜେ ଯାତ୍ରା ସମ୍ଭବ ନୁହେଁ ବୋଲି ଗଜପତି କହିଛନ୍ତି ।

ସେ କହିଛନ୍ତି କରୋନା ପାଇଁ ଅତ୍ୟନ୍ତ ଦୁଃଖର ସହ ଏହି ନିଷ୍ପତ୍ତି ନିଆଯାଇଛି । ମନ୍ଦିର ଭିତରେ ପରମ୍ପରା, ଶାସ୍ତ୍ର ସମ୍ମତ, ବ୍ୟବସ୍ଥା ସ୍ଥିର କରିବାକୁ ନିଷ୍ପତ୍ତି ହୋଇଛି । ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ପ୍ରତିନିଧିଙ୍କ ବୈଠକ ବସିବ । କଣ କେମିତି କରାଯାଇପାରିବ ସେ ନେଇ ସମସ୍ତଙ୍କ ସହ ଆଲୋଚନା କରାଯିବ । ଶ୍ରୀ ମନ୍ଦିର ଭିତରେ କେମିତି ବିଧି ରକ୍ଷା ହେବ, ସନ୍ଧ୍ୟାରେ ନିଷ୍ପତ୍ତି ଆଶା ରହିଛି । ନିଷ୍ପତ୍ତି ପରେ କାଲି ସକାଳେ ଶଙ୍କରାଚାର୍ଯ୍ୟଙ୍କ ପାଖରୁ ଯିବୁ । ଶଙ୍କରାଚାର୍ଯ୍ୟଙ୍କ ପାଖରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଗଜପତି କହିଛନ୍ତି । ରେକର୍ଡ ଅଫ୍ ରାଇଟ୍ସ ଛାଡି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ଜରୁରୀ ହୋଇଛି । ସବୁ ମହାପ୍ରଭୁଙ୍କ ଲୀଳା, ମହାପ୍ରଭୁ ନିଜେ ନୂତନ ଇତିହାସ ସୃଷ୍ଟି କରୁଛନ୍ତି’ ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories