www.samajalive.in
Monday, December 15, 2025
27.1 C
Bhubaneswar

କୋଭିଡ ପରେ ଦେଖା ଦେଉଛି ଏହି ବାୟୁରୋଗ-ଇରିଟେବ୍‌ଲ ବାୱେଲ ସି​ଣ୍ଡ୍ରୋମ

କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହେବା ପରେ ବହୁଲୋକ ବିଭିନ୍ନ ପ୍ରକାର ଅସୁସ୍ଥତା ଲକ୍ଷଣ ଯଥା- ଦୁର୍ବଳତା, ରକ୍ତହୀନତା, ପେଟରେ ବାୟୁ ବୃଦ୍ଧି, ଝାଡା ସଫା ନହେବା, ପତଳା ଝାଡା ହେବା ଆଦି ଦେଖିଥାନ୍ତି। ଏହା ସହିତ ଆନୁସଙ୍ଗିକ ଜଟିଳ ରୋଗ ଭୋଗ କରୁଥିବା ଲୋକମାନଙ୍କଠାରେ ବି ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ। ସୁସ୍ଥ ହେବାର ଦୁଇ-ଚାରିମାସ ପର‌୍ୟ୍ୟନ୍ତ ମଧ୍ୟ ବାୟୁ ବୃଦ୍ଧି ସହ ପେଟର ବିଭିନ୍ନ ଅସୁସ୍ଥତା ଆକ୍ରାନ୍ତ କରେ। ତେଣୁ ମାନସିକ ଉଦ୍‌ବେଳନ, ଅବସାଦ, ବିରକ୍ତି ଲାଗିରହେ। ସାଧାରଣ ବ୍ୟକ୍ତି ଏହାକୁ ନାଳ-ଶୂଳ-ବାୟୁ କହୁଥିବା ବେଳେ ଡାକ୍ତରୀ ଭାଷାରେ ଇରିଟେବ୍‌ଲ ବାୱେଲ ସି​‌େ​‌ଣ୍ଡ୍ରାମ (ଆଇବିଏସ୍‌) କହନ୍ତି।

ଇଟାଲୀର ରାଜଧାନୀ ରୋମ୍‌ଠାରେ ୨୦୦୬ ମସିହାରେ ଆଇବିଏସ୍‌ର ପ୍ରକାରଭେଦ ସମ୍ବନ୍ଧରେ ହୋଇଥିବା କର୍ମଶାଳାରେ ଏହା ତିନିପ୍ରକାର ବୋଲି କୁହାଗଲା। କୋଷ୍ଠବଦ୍ଧତା, ପତଳା ଝାଡା ଏବଂ ଆଇବିଏସ୍‌ କୋଷ୍ଠବଦ୍ଧତା ଓ ପତଳାଝାଡା- ଏହି ତିନିପ୍ରକାର ଆଇବିଏସ୍‌ରେ ରୋଗୀଙ୍କୁ ସପ୍ତାହକୁ ପ୍ରାୟ ତିନିଦିନ କଷ୍ଟ ହୋଇଥାଏ। ତେଣୁ ଦୈନନ୍ଦିନ କାର‌୍ୟ୍ୟ କରିବାରେ ମଧ୍ୟ ସମସ୍ୟା ହୁଏ। ଏହି ରୋଗ ସମ୍ବନ୍ଧରେ ବିଭିନ୍ନ ଗବେଷଣା ଚାଲିଥିଲେ ମଧ୍ୟ ଏଯାବତ୍‌ ନୂତନ ଔଷଧ ଆବିଷ୍କୃତ ହୋଇନାହିଁ। ଆଇବିଏସ୍‌ ରୋଗର କାରଣକୁ ନେଇ ମସ୍ତିଷ୍କକୁ ଅଧିକ ଗୁରୁତ୍ବ ଦିଆଯାଇଛି। ରାଗ, କ୍ରୋଧ, ଭୟ, ଦୁଶ୍ଚିନ୍ତା, ମାନସିକ ଉଦ୍‌ବେଳନ, ଜୀବନର ଅସହାୟ ଭାବ ମସ୍ତିଷ୍କର ସ୍ନାୟୁକୁ ଉତ୍ତେଜିତ କରାଇ ଅନ୍ତନଳୀର ସ୍ନାୟୁକୁ ଉତ୍ତେଜିତ କରାଏ। ଏହାକୁ ଗଟ୍‌-ବ୍ରେନ୍‌ ଆକ୍ସିସ (ଜିବିଏସ୍‌) କୁହାଯାଏ। କୋଭିଡ୍‌ ସଂକ୍ରମଣ ଯୋଗୁ ରୋଗୀ ଭୋଗୁଥିବା ମାନସିକ, ଶାରୀରିକ ଏବଂ ସାମାଜିକ ସମସ୍ୟା ଆଇବିଏସ୍‌ ବୃଦ୍ଧିର କାରକ ହୁଏ।

- Advertisement -

ସିଲିଆକ୍‌ ରୋଗ, ଲାକ୍ଟୋଜ୍‌ ଇନ୍‌ଟଲରାନ୍ସ, ଇନ୍‌ଫେକ୍ଟିଭ କୋଲାଇଟିସ୍‌, ଫୁଡ୍‌ ଇନ୍‌ଟଲରାନ୍ସ, ଇନ୍‌ଫ୍ଲାମେଟୋରୀ ବାୱେଲ ଡିଜିଜ୍‌, କଲୋନିକ୍‌ ଡାଇଭର୍ଟିକୁଲୋସିସ୍‌, କ୍ଷୁଦ୍ରାନ୍ତ୍ରରେ ଅଧିକ ଜୀବାଣୁ ବୃଦ୍ଧି ଆଦି ମଧ୍ୟ ଆଇବିଏସ୍‌ ପରି ଲକ୍ଷଣ ପ୍ରକାଶ କରିଥାନ୍ତି। ଆଇବିଏସ୍‌ ରୋଗ କଲୋନୋସ୍କୋପି ଓ ଇଣ୍ଟେଷ୍ଟିନାଲ କ୍ୟାପ୍‌ସୁଲ ବାୟୋପ୍ସି ଏବଂ ଲକ୍ଷଣ ଦ୍ବାରା ଚିହ୍ନା ପଡିଥାଏ। ଏହି ରୋଗ ପାଇଁ ମାନସିକ, ପେଟରୋଗ ଏବଂ ଭେଷଜ ବିଶେଷଜ୍ଞଙ୍କ ଦ୍ବାରା ଚିକିତ୍ସା କରାଇବାକୁ ହୁଏ। ଏହା ସମୟସାପେକ୍ଷ ମଧ୍ୟ। ତେବେ କୋଭିଡ ପରେ ଅବସାଦରୁ ଦୂରେଇ ରହିବା ସହ ସୁଷମ ଖାଦ୍ୟ ଖାଇଲେ ଏଥିରୁ ନିଷ୍କୃତି ମିଳେ।

ଡା. ନିରଞ୍ଜନ ତ୍ରିପାଠୀ
ଜୀବନ ବିକାଶ, ନିମସାହି, କଟକ, ମୋ: ୯୪୩୭୪୭୪୭୪୭

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories