ଏଡିଆର ରିପୋର୍ଟ: ଜାଣନ୍ତୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କେଉଁ ଦଳରୁ କେତେ ଜଣ ପ୍ରାର୍ଥୀଙ୍କ ନାମରେ ରହିଛି ମାମଲା
ଭୁବନେଶ୍ୱର .- ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶନିବାରରେ ଏଡିଆର(ଆସୋସିଏସନ୍ ଫର୍ ଡେମୋକ୍ରେଟିକ୍ ରିଫର୍ମ) ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ପ୍ରାର୍ଥୀମାନଙ୍କର ସମ୍ପତ୍ତି ସହ ଶିକ୍ଷାଗତ ଯୋଗ୍ୟତା ଓ ଅପରାଧିକ ମାମଲା ବିଷୟରେ ତଥ୍ୟ ପ୍ରକାଶ କରାଯାଇଛି ।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧାନସଭାରେ ୩୫୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତା କରୁଥିବା ବେଳେ ଲୋକସଭାରେ ୪୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତା କରିଛନ୍ତି । ଏମାନଙ୍କ ମଧ୍ୟରେ ୧୧୯ ଜଣଙ୍କ ନାମରେ ଅପରାଧିକ ମାମଲା ଥିବା ଏଡିଆର ରିପୋର୍ଟରେ ଦର୍ଶାଯାଇଛି । ଲୋକ ସଭା ନିର୍ବାଚନ ପାଇଁ ବିଜେପି ୪୨ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୩୦ ଜଣଙ୍କ ନାମରେ ମାମଲା ରହିଛି । ବିଜେଡିର ୪୨ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୨୦ ଜଣଙ୍କ ନାମରେ ମାମଲା ରହିଛି । କଂଗ୍ରେସର ୪୧ ଜଣ ପ୍ରାର୍ଥୀ ଥିବାବେଳେ ୧୯ ଜଣଙ୍କ ନାମରେ ମାମଲା ରହିଛି
Comments are closed.