www.samajalive.in
Monday, December 8, 2025
16.1 C
Bhubaneswar

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ରହସ୍ୟରୁ ପରଦା ଉଠାଇଲେ ‘ସାଇକୋ ଲେଡି’

ଭୁବନେଶ୍ବର: ସମାଜ ସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ନେଇ ବଡ ଖବର ସାମ୍ନାକୁ ଆସିଛି। ‘ସାଇକୋ ଲେଡି’ ଭାବେ ଚର୍ଚ୍ଚାରେ ଥିବା ଏହି ରହସ୍ୟମୟୀ ଯୁବତୀ ହେଉଛନ୍ତି ବାଲେଶ୍ୱରର। ଆଜି ଏହି ବାଲେଶ୍ବରର ରହସ୍ୟମୟୀ ଯୁବତୀ ମୁହଁ ଖୋଲିଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆଦିତ୍ୟଙ୍କୁ ଭଲ ପାଉଥିଲେ ଏବଂ ବିବାହ କରିଥାନ୍ତେ। କିନ୍ତୁ ତାଙ୍କ ପିତାଙ୍କ ମୃତ୍ୟୁ ହେବାରୁ ଘର ଲୋକ ଏଥିପାଇଁ ପ୍ରସ୍ତୁତ ନଥିଲେ। ଫେସ୍‌ବୁକ୍‌ରୁ ପ୍ରେମ୍‌ ଓ ପ୍ରେମରୁ ବିବାହ, ତା’ପରେ ବିଚ୍ଛେଦ ହୋଇଥିଲା। ଆଦିତ୍ୟଙ୍କ ମୃତ୍ୟୁର ତଦନ୍ତ ହେଉ ଏବଂ ସେଥିରେ ସେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି।
ରହସ୍ୟମୟୀ ଯୁବତୀ କହିଛନ୍ତି ଯେ ଏଭଳି ଅଭିଯୋଗର କୌଣସି ସତ୍ୟତା ନାହିଁ। ମୁଁ ଆଦିତ୍ୟଙ୍କୁ ଭଲପାଉଥିଲି, ଆମେ ବାହା ହୋଇଥାନ୍ତୁ। ଆଦିତ୍ୟଙ୍କ ସହ ଫେସବୁକ ପ୍ରେମ ଆରମ୍ଭ ହୋଇଥିଲା। ପ୍ରାୟ ୪ ମାସ ପର୍ଯ୍ୟନ୍ତ ପ୍ରେମ ସମ୍ପର୍କ ଚାଲିଥିଲା। ଆମ ଭିତରେ ଭଲ ସମ୍ପର୍କ ଥିଲା, ପବିତ୍ର ସମ୍ପର୍କ ଥିଲା। ମୁଁ ଆଦିତ୍ୟଙ୍କୁ ଭଲ ପାଉଥିଲି। ଆମର ଥରେ ଦୁଇ ଥର ଦେଖା ହୋଇଛି । ମୁଁ ଭୁବନେଶ୍ୱର ଆସିଲେ ଆଶ୍ରମକୁ ଯାଇ ତାଙ୍କୁ ଦେଖାକରେ ଓ ୩୦ରୁ ୪୫ ମିନିଟ୍‌ କଥାବାର୍ତ୍ତା କରିଥାଏ ଆମ ଦୁହିଁଙ୍କ ଭିତରେ କିଛି ଖରାପ ସମ୍ପର୍କ ନଥିଲା। ଆମ ଭିତରେ ଥିବା ସମ୍ପର୍କକୁ ସୁସମ୍ପର୍କ କୁହାଯାଇପାରିବ। ଫେସବୁକରରୁ ପ୍ରେମ ଆରମ୍ଭ ହୋଇଥିଲା। ମୁଁ ତାଙ୍କୁ ବିବାହ କରିଥାନ୍ତି। କିଛି ସମସ୍ୟା ପାଇଁ ଆମେ ଅଲଗା ହୋଇଯାଇଥିଲୁ। ନିକଟରେ ବାପାଙ୍କ ମୃତ୍ୟୁ ପରେ ବିବାହ ପାଇଁ ଘରଲୋକ ପ୍ରସ୍ତୁତ ନଥିଲା।


ଅନ୍ୟପକ୍ଷରେ ‘ସାଇକୋ ଲେଡି’ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଯୁବତୀ। ‘ସାଇକୋ’ ଶବ୍ଦକୁ ନେଇ ସେ ଆପତ୍ତି ଉଠାଇ କହିଛନ୍ତି ଯେ ମୋତେ କାହିଁକି ‘ସାଇକୋ ଲେଡି’ କୁହାଯାଉଛି ତାହା ମୁଁ ଜାଣିନାହିଁ। ମୋର ସେମିତି କିଛି ସମସ୍ୟା ନାହିଁ। ଯେଉଁଥିପାଇଁ ମୋତେ ‘ସାଇକୋ ଲେଡି’ କୁହାଯାଇପାରିବ। ମାର୍ଚ୍ଚ ୫ରେ ଆଦିତ୍ୟଙ୍କ ଜନ୍ମ ଦିନରେ ମୁଁ ତାଙ୍କୁ ଫୋନ କରିଥିଲି। ତେବେ ଯାହା ସତ ତାହା ସାମ୍ନାକୁ ଆସିବା ଦରକାର। ଅତୀତକୁ ନେଇ ଅଧିକ ଘଣ୍ଟାଚକଟା କରାନଯାଉ । କାହାର ସମ୍ପୃକ୍ତି ଅଛି କ୍ରାଇମବ୍ରାଞ୍ଚ କହିପାରିବେ। ଅଯଥା ଅନ୍ଧାରରେ ବାଡି ବୁଲା ନଯାଉ । ତେବେ ମୋତେ ଯେତେବେଳେ ତଦନ୍ତରେ ସହଯୋଗ ପାଇଁ ଡକାଯିବ ସେତେବେଳେ ମୁଁ ଯିବାକୁ ପ୍ରସ୍ତୁତ ରହିଛି ବୋଲି ଏହି ରହସ୍ୟମୟୀ ଯୁବତୀ ସ୍ପଷ୍ଟ ଭାବେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।
ପୂର୍ବରୁ ‘ସାଇକୋ ଲେଡି’ ନେଇ ଆଦିତ୍ୟଙ୍କ ବାପା ଓ ତାଙ୍କ ସାଙ୍ଗ ମୁହଁ ଖୋଲିଥିଲେ। ଆଜି ଆଦିତ୍ୟଙ୍କ ମାଆ ମୁହଁ ଖୋଲିଥିଲେ। ମୋ ପୁଅକୁ ବିବାହ କରିବାକୁ ସେ ଯୁବତୀ ଧମକ ଦେଉଥିବା ଅଭିଯୋଗ କରିଥିଲେ। କିନ୍ତୁ ନିଜକୁ ‘ସାଇକୋ ଲେଡି’ ତଥା ନିଜ ରହସ୍ୟମୟୀ ଯୁବତୀ ସାମ୍ନାକୁ ଆସି ରହସ୍ୟରୁ ପରଦା ଉଠାଇଛନ୍ତି ।

- Advertisement -

ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ କହିଛନ୍ତି ଯେ ଏହି ଯୁବତୀ ଜଣକ ଆଦିତ୍ୟଙ୍କୁ ବ୍ଲାକ୍‌ମେଲିଂ କରୁଥିଲେ। ନିଜର ଗୋଡ଼ ହାତ କାଟି ଦେବା ପାଇଁ ଧମକ ଦେଉଥିଲେ। ଏ ସମ୍ପର୍କରେ ଆଦିତ୍ୟ ନିଜ ପିତାମାତା ଓ ମୋତେ ମଧ୍ୟ କହିଛନ୍ତି। କ’ଣ ପାଇଁ ତାଙ୍କର ବ୍ରେକ୍‌ ଅପ ହୋଇଛି ତାହା ମଧ୍ୟ ମୋର ଜାଣିବା ଅଧିକାର ରହିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories