mission shakti banner

ଭିସା ପାଇଁ ଉଲଗ୍ନ ହେବାକୁ କଷ୍ଟ ଲାଗୁନି, ଆଧାର ପାଇଁ ବାୟୋମେଟ୍ରିକ୍‌ ଦେବା ସମସ୍ୟା ହେଉଛି : କେଜେ ଆଲଫୋନ୍ସ

BSKY banner  750×100
0

ନୂଆଦିଲ୍ଲୀ : ଆଧାର କାର୍ଡ ପାଇଁ ବାୟୋମେଟ୍ରିକ୍‌ସ ଦେବା ଦ୍ୱାରା ବ୍ୟକ୍ତିଗତ ଗୋପନୀୟତା ନଷ୍ଟ ହେଉଛି ବୋଲି ମତ ଦେଉଥିବା ବୁଦ୍ଧିଜୀବୀ ଓ ରାଜନେତାଙ୍କୁ କେନ୍ଦ୍ର ମନ୍ତ୍ରୀ କେଜେ ଆଲଫୋନ୍ସ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଭିସା ପାଇଁ ଉଲଗ୍ନ ହେବାକୁ କଷ୍ଟ ଲାଗୁନି, ହେଲେ ଆଧାର ପାଇଁ ବାୟୋମେଟ୍ରିକ୍‌ ଦେବା ବେଳକୁ ସମସ୍ୟା ହେଉଛି । ଏପର୍ଯ୍ୟନ୍ତ ଆଧାର ଉପଭୋକ୍ତାଙ୍କ ବାୟୋମେଟ୍ରିକ୍‌ ତଥ୍ୟ ଚୋରି ନେଇ କୌଣସି ଅଭିଯୋଗ ସାମ୍ନାକୁ ଆସିନାହିଁ । କେନ୍ଦ୍ର ପର୍ଯ୍ୟଟନ ତଥା ସୂଚନା ଏବଂ ପ୍ରଦୌଗିକ ମନ୍ତ୍ରୀ କେଜେ ଆଲଫୋନ୍ସ କୋଚିରେ ଆୟୋଜିତ ଫ୍ୟୁଚର ଗ୍ଲୋବାଲ ଡିଜିଟାଲ ସମ୍ମିଳନୀରେ ଏହା କହିଛନ୍ତି । ଏହାସହ ଆଲଫୋନ୍ସ କହିଛନ୍ତି ଯେ ଆଧାର ଉପରେ କେବଳ ନାମ ଓ ଠିକଣା ଦିଆଯାଇଥାଏ। ଆଧାରର ବାୟୋମେଟ୍ରିକ ତଥ୍ୟ ଭାରତୀୟ ଏକକ ପରିଚୟପତ୍ର ପ୍ରାଧିକରଣ (ୟୁଆଇଡିଏଆଇ) ନିକଟରେ ସୁରକ୍ଷିତ ଅଛି । ଲୋକଙ୍କ ବିନା ଅନୁମତିରେ ଏହି ତଥ୍ୟକୁ ସାର୍ବଜନୀନ କରାଯିବ ନାହିଁ ବୋଲି ସେ ଏହି ଅବସରରେ ସୁନିଶ୍ଚିତ କରାଇଛନ୍ତି । ଭାରତ ସରାକାର ଲୋକଙ୍କ ତଥ୍ୟକୁ ଆଧୁନିକ ବୈଷୟିକ ଜ୍ଞାନକୌଶଳରେ ସୁରକ୍ଷିତ ରଖିଛନ୍ତି । ସମୟ ଅନୁସାରେ ଏହି ତଥ୍ୟକୁ ଅପଗ୍ରେଡ କରାଯିବ । ଉଲ୍ଲେଖ ଯେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଅଭିଯୋଗ କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ଆଧାର ତଥ୍ୟକୁ ନେଇ ନିଜର କୌଣସି କମ୍ପାନୀକୁ ଦେବେ । ଆଧାରକୁ ନେଇ ପ୍ରଶ୍ନ ଉଠାଉଥିବା ରାହୁଲ ଓ କଂଗ୍ରେସ ନେତାଙ୍କୁ କଟାକ୍ଷ କରି ଆଲଫୋନ୍ସ କହିଛନ୍ତି ଯେ ଆମେରିକା ଭିସା ପାଇଁ ୧୦ ପୃଷ୍ଠା ଭରୁଛ । ଭିସା ପାଇଁ ଇଂରେଜଙ୍କ ଆଗରେ ଉଲଗ୍ନ ହେଉଛ ଓ ଆଙ୍ଗୁଳି ଛାପ ବି ଦେଉଛ । ସେତେବେଳେ କିଛି କଷ୍ଟଲାଗୁନି। କିନ୍ତୁ ଭାରତ ସରକାରଙ୍କୁ ବାୟୋମେଟ୍ରିକ ତଥ୍ୟ ଦେବା ବେଳେ ସମସ୍ୟ ହେଉଛି ।

Leave A Reply