BJD Bijuli 480×75 Mob

ଜୁଲାଇ ୧ରୁ ମୁହଁରୁ ଆଧାର ପ୍ରମାଣ !

BJD Bijuli 480×75 Mob
0

ନୂଆଦିଲ୍ଲୀ : ଭାରତୀୟ ଏକକ ପରିଚୟପତ୍ର ପ୍ରାଧିକରଣ (ୟୁଆଇଡିଏଆଇ) ଆଖି ପିତୁଳା ଓ ଆଙ୍ଗୁଳି ଛାପ ଭଳି ଜୁଲାଇ ୧ରୁ ମୁହଁରୁ ଆଧାର ପ୍ରମାଣ ସୁବିଧା ଉପଲବ୍ଧ ହେବ ବୋଲି ପ୍ରକାଶ କରିଛି । ଆଙ୍ଗୁଳି ଓ ଆଖିର ବାୟୋମେଟ୍ରିକ ସ୍କାନରେ ଅନେକ ତ୍ରୁଟି ପରିଲକ୍ଷିତ ହେଉଥିବା ଲୋକେ ଅଭିଯୋଗ କରିବା ପରେ ଚେହେରା (ମୁହଁ) ଦ୍ୱାରା ଆଧାର ପ୍ରମାଣ ପାଇଁ ୟୁଆଇଡିଏଆଇ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏହି କ୍ରମରେ ମୁହଁରେ ଆଧାର ପ୍ରମାଣ କରାଯିବ ବୋଲି ଗତ ଜାନୁଆରୀରେ ୟୁଆଇଡିଏଆଇ ପକ୍ଷରୁ ଘୋଷଣା କରାଯାଇଥିଲା । ନୂତନ ନିୟମ ଅନୁସାରେ ଆଙ୍ଗୁଳି, ଆଖି ପିତୁଳା ସହ ମୁହଁର ସ୍କାନ କରାଯାଇ ଆଧାର ପ୍ରମାଣ କରାଯିବ । ଆଙ୍ଗୁଳି ଛାପ, ଆଖି ପିତୁଳା କିମ୍ବା ୱାନ ଟାଇମ ପାସୱାର୍ଡ (ଓଟିପି) ମଧ୍ୟରୁ ଗୋଟିଏ ପ୍ରମାଣ ସହ ମୁହଁ ସ୍କାନରୁ ଆଧାର ପ୍ରମାଣ କରାଯିବ । ଚଳିତ ବର୍ଷ ଜୁଲାଇ ୧ ମଧ୍ୟରେ ବୈଧ ଓ ପଞ୍ଜିକୃତ ଏଜେନ୍ସିଙ୍କ ନିକଟରେ ମୁହଁ ସ୍କାନର ଉପକରଣ ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛି। ଚଳିତ ବର୍ଷ ଜୁଲାଇ ୧ରୁ ମୁହଁରୁ ଆଧାର ପ୍ରମାଣ ସେବା ଉପଲବ୍ଧ ହେବ ବୋଲି ୟୁଆଇଡିଏଆଇ ସିଇଓ ଅଜୟ ଭୂଷଣ ପାଣ୍ଡେ ପ୍ରକାଶ କରିଛନ୍ତି । କଠିନ ଶାରୀରିକ କାର୍ଯ୍ୟରୁ ହାତ ଖରାପ ହୋଇ ଆଙ୍ଗୁଳି ଛାପରେ ତ୍ରୁଟି ଦେଖାଉଥିବା ଓ ବୃଦ୍ଧାବସ୍ଥାରୁ ଆଖି ପିତୁଳା ଓ ଆଙ୍ଗୁଳି ଛାପରେ ଅସୁବିଧା ଭୋଗୁଥିବା ଲୋକଙ୍କ ପାଇଁ ଏହି ବ୍ୟବସ୍ଥା ଉପଯୋଗୀ ହେବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ବ୍ୟାଙ୍କରେ ଖାତା ଖୋଲିବା, ଟେଲିକମ କମ୍ପାନୀ, ସାଧାରଣ ଆଖଟି ବଣ୍ଟନ ବ୍ୟବସ୍ଥା, ଆୟକର ବିଭାଗ ଆଦି ବିଭିନ୍ନ ସେବା ପାଇଁ ଆଧାରକୁ ପରିଚୟ ପ୍ରମାଣ ଭାବେ ବ୍ୟବହାର କରାଯାଉଛି । ଏପର୍ଯ୍ୟନ୍ତ ୧,୬୯୬.୩୮ କୋଟି ଆଧାର ପ୍ରମାଣ ଏବଂ ୪୬୮.୮୫ କୋଟି କେୱାଇସି ବିନିମୟ ହୋଇସାରିଛି ବୋଲି ୟୁଆଇଡିଏଆଇ ସିଇଓ ସୂଚନା ଦେଇଛନ୍ତି ।

Leave A Reply