ଲତାଙ୍କ ଆରୋଗ୍ୟ କାମନା କରି ଟ୍ବିଟ କଲେ ହେମା
ମୁମ୍ବଇ : ଭାରତ ରତ୍ନ ଲତା ମଙ୍ଗେସକଙ୍କର ରବିବାର ରାତି ୨ଟା ସମୟରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେବା ଯୋଗୁଁ ତାଙ୍କୁ ମୁମ୍ବଇ ସ୍ଥିତ ବ୍ରେଞ୍ଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡା. ପ୍ରତିତ ସମଦାନୀ ତାଙ୍କ ଚିକିତ୍ସା କରୁଥିବା ଜଣାପଡ଼ିଛି। ଏହି ଖବର ମିଳିବା ପରେ ତାଙ୍କ ପ୍ରଶଂସକମାନେ ଲତାଙ୍କର ଆରୋଗ୍ୟ କାମନା କରିଛନ୍ତି। ଏହାସହ ବଲିଉଡର ବିଗ ବି ଅମିତାଭ ମଧ୍ୟ ତାଙ୍କର ଆରୋଗ୍ୟ କାମନା କରି ଟ୍ବିଟ୍ କରିଥିଲେ। ବଲିଉଡ୍ ଡ୍ରିମଗର୍ଲ ହେମାମାଳିନୀ ମଧ୍ୟ ମଙ୍ଗଳବାର ସକାଳେ ଟ୍ବିଟ୍ କରି ଲତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ହେମା ଟ୍ବିଟ୍ କରି ଲେଖିଛନ୍ତି, ଲତା ଜୀ ଶୀଘ୍ର ସୁସ୍ଥ ହୋଇ ପୁଣିଥରେ ଆମ ଗହଣକୁ ଫେରି ଆସନ୍ତୁ।
Prayers for @mangeshkarlata who is hospitalised & is reported to be in a critical condition. God give her the strength to come out of this crisis & continue to be in our midst. The nation prays for Bharat Ratna Lata ji, the nightingale of India? pic.twitter.com/n9WKw6Drfw
— Hema Malini (@dreamgirlhema) November 12, 2019
ଲତାଙ୍କୁ ଚିକିତ୍ସା କରୁଥିବା ଡା. ପ୍ରତିତଙ୍କ କହିବାନୁସାରେ, “ତାଙ୍କର ନିମୋନିଆ ସହ ହୃଦୟ ସମ୍ବନ୍ଧୀତ ଗମ୍ଭୀର ସମସ୍ୟା ରହିଛି। ତାଙ୍କ ଅବସ୍ଥା ଏବେ ସୁଦ୍ଧା ଗୁରୁତର ରହିଛି। ମାତ୍ର ଗତ କିଛି ଘଣ୍ଟା ମଧ୍ୟରେ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି”। ଏହାସହିତ ସେ ଦୃଢତାର ସହ ରୋଗ ସହ ଲଢେଇ କରୁଛନ୍ତି। ତେଣୁ ଖୁବଶୀଘ୍ର ଆରୋଗ୍ୟ ହୋଇଯିବେ ବୋଲି ମଧ୍ୟ ଡାକ୍ତର କହିଛନ୍ତି।
Comments are closed.