ନୂଆଦିଲ୍ଲୀ : ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ବୁଧବାର କାବେରୀ ପ୍ରସଙ୍ଗକୁ ନେଇ ବାରମ୍ବାର ହଙ୍ଗାମା କରୁଥିବା ଏଆଇଏଡିଏମକେ ଏବଂ ଡିଏମକେର ୧୨ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରିଛନ୍ତି। ସେମାନଙ୍କୁ ଗୋଟିଏ ଦିନ ପାଇଁ ଗୃହ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ନାଇଡୁ ବାରମ୍ବାର ଚେତାବନୀ ଦେବା ପରେ ବି ତାଙ୍କ ଆସନ ନିକଟକୁ ଆସି ଏଆଇଏଏଡିଏମକେ ଏବଂ ଡିଏମକେର ୧୨ ଜଣ ସାଂସଦ ସ୍ଲୋଗାନ ଦେବା ସହ ହଙ୍ଗାମା କରିଥିଲେ। ଫଳରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଏଆଇଏଡିଏମକେର ୮ ଏବଂ ଡିଏମକେର ୪ ଜଣ ସାଂସଦଙ୍କୁ ୨୫୬ ଧାରା ଅନୁସାରେ ନିଲମ୍ବିତ କରିଛନ୍ତି।
Popular Categories



