ବିହାରରେ ଦୁର୍ଘଟଣା: ୯ ମୃତ

ନୂଆଦିଲ୍ଲୀ: ବିହାରର କଇମୁର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୯ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏକ ଦ୍ରୁତଗାମୀ କାର୍ ଡିଭାଇଡର​‌ ପାର୍ ହୋଇ କଣ୍ଟେନରକୁ ଧକ୍କା ଦେଇଛି।  କାର୍‌ଟି ଶଶାରାମରୁ ବାରଣାସୀ ଯିବାବେଳେ ମୋହନିଆଠାରେ ଏହି ଦୁର୍ଘଟଣା ଘଟିଛି। କାର୍‌ଟି ବାଇକ୍ କୁ ପିଟି ଡିଭାଇଡର ଟପି କଣ୍ଟେନରରେ ପିଟି ହୋଇଥିଲା। ପରେ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Comments are closed.