ଟ୍ରକ୍‌କୁ ଧକ୍କା ଦେଲା ଭ୍ୟାନ, ୧୩ ଯାତ୍ରୀ ମୃତ

0

ଲକ୍ଷ୍ମୀପୁର ଖେରି : ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୩ ଜଣ ପ୍ରାଣ ହରାଇଛନ୍ତି । ୧୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟାଟା ମାଜିକ୍‌ ଭ୍ୟାନ ସକାଳ ପ୍ରାୟ ୬ଟା ବେଳେ ଲକ୍ଷ୍ମୀପୁର ଖେରି ରାସ୍ତାରେ ଠିଆହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା । ଏଥିରେ ୧୩ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ପୁଲିସ୍‌ ସୂଚନା ଅନୁସାରେ ଦୁର୍ଘଟଣାସ୍ଥଳରେ ଡ୍ରାଇଭର ଅନୁପ ଅବସ୍ଥି (୨୫), ହେଲପର କିଶାନ (୨୩) ପ୍ରାଣ ହରାଇଥିଲେ। ଆହତଙ୍କୁ ସ୍ଥାନୀୟ ଶାହାଜାନପୁର ଡାକ୍ତରଖାନାକୁ ପଠାଯାଇଛି । ମୃତ ଯାତ୍ରୀଙ୍କ ପରିଚୟ ମିଳିପାରିନାହିଁ । ଦ୍ରୁତ ଗତି ଏହି ଦୁର୍ଘଟଣାର କାରଣ ହୋଇଥାଇପାରେ ବୋଲି ପୁଲିସ୍‌ ସନ୍ଦେହ ପ୍ରକାଶ କରିଛି । ମୃତକଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ପୁଲିସ୍‌ ସୂତ୍ରରୁ ପ୍ରକାଶ ।

Leave A Reply