www.samajalive.in
Monday, December 15, 2025
24.1 C
Bhubaneswar

ମର୍ମନ୍ତୁଦ ସଡକ ଦୁର୍ଘଟଣା –  ୨ମୃତ

ଚୁଡାପାଲି  :  ବଲାଙ୍ଗୀର ଜିଲା ସଦର ବ୍ଲକ ଦାଉପାଲି ଛକ ନକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ହେଲେ  ଡଙ୍ଗାଘାଟ ଗ୍ରାମର ରଞ୍ଜିତ ସାହୁ   ଓ ତୁଷୁରାବାହାଲ ଗ୍ରାମର ତୁଲାରାମ ସାହୁ ।

ସୂଚନା ଅନୁଯାୟୀ,  ଡଙ୍ଗାଘାଟ ଗ୍ରାମର ରଞ୍ଜିତ ସାହୁ (୩୦) ଓ ତୁଷୁରାବାହାଲ ଗ୍ରାମର ତୁଲାରାମ ସାହୁ(୨୬)  ରବିବାର ପାଟଣାଗଡ ଦୋକାନ ସାମଗ୍ରୀ କିଣିବା ପାଇ ଅଟୋ ରିକ୍ସା ଓ.ଡି.୦୩ଏମ. ୩୨୪୪ରେ ଯାଉଥିଲେ।  ଅପରାହ୍ନ ସମୟରେ ଦାଉପାଲି ଛକ ପାଖରେ ବିପରୀତ ଦିଗରୁ ଆସୁଥିବା ଗଣପତି ବସ ଓଡି ୦୩ବି ୭୨୭୫ ତାଙ୍କୁ ଧକ୍କା ଦେଇ ଫେରାର ମାରିଥିଲା।  ଫଳରେ ଅଟୋ ରିକ୍ସା ସଂପୂର୍ଣ୍ଣ ଚୁରମାର ହୋଇ ଘଟଣା ସ୍ଥଳରେ ତୁଷୁରାବାହାଲ ଗ୍ରାମର ତୁଲାରାମ ସାହୁ(୨୬)ଙ୍କ ମୃତ୍ୟୁ ହୋଇ ଯାଇଥିବାବେଳେ ଗୁରୁତର ଭାବେ ଆହତ ହୋଇଥିବା ଡଙ୍ଗାଘାଟ ଗ୍ରାମର ରଞ୍ଜିତ ସାହୁ (୩୦)ଙ୍କୁ ସ୍ଥାନୀୟ ଜନସାଧାରଣ ଆମ୍ବୁଲାନ୍ସକୁ ଫୋନ  କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଦୀର୍ଘ ସମୟ ନଆସିବାରୁ ସ୍ଥାନୀୟ ଜନସାଧାରଣ ଘରୋଇ ଅଟୋ ରିକ୍ସାରେ ପ୍ରଥମ ଚୁଡାପାଲି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପରେ ୧୦୮ ଯୋଗେ ବଲାଙ୍ଗୀର ସନ୍ଥ ଭୀମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାକୁ ନେଉଥିବା ସମୟରେ ଅଧା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ସଦର ଆଇ.ଆଇ.ସି ତୋଫାନ ବାଗ ଏବଂ ପାଟଣାଗଡ ଦମକଳ ବାହିନୀ ସହାୟତାରେ ଅଟୋ ରିକ୍ସାରେ ଚାପି ହୋଇଯାଇଥିବା ମୃତକ ତୁଲାରାମଙ୍କୁ ବାହାର କରିଥିଲେ। ଦୁଃର୍ଘଟଣାର ଭୟାବହତା ଓ ପ୍ରଶାସନର ଅଣଦେଖାକୁ ଅପରାହ୍ନ ଠାରୁ ସଂନ୍ଧ୍ୟା ପର୍ଯ୍ୟନ୍ତ ଦୀର୍ଘ ସମୟଧରି  ଗ୍ରାମବାସୀ ବଲାଙ୍ଗୀର-ପାଟଣାଗଡ ରାସ୍ତା ଅବରୋଧ କରିଥିଲେ। ୨ଘଣ୍ଟା ପରେ କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟ ତହସିଲଦାର ବଲାଙ୍ଗୀର ଲଲାତ କୁମାର ଲୁହା, ଏସ.ଡି.ଏମ.(ଅଫିସ) ସନ୍ତୋଷ କୁମାର ଦାସ ଅବରୋଧକାରୀଙ୍କୁ ବୁଝାସୁଝା କରି ରାସ୍ତାରୋକରୁ ଓହରି ଯିବା ପାଇଁ କହିଥିଲେ। ଅବରୋଧକାରୀଙ୍କ ଦାବି ଥିଲା ମୃତକ ପରିବାରଙ୍କୁ ଉଚିତ କ୍ଷତି ପୂରଣ, ଚୁଡାପାଲି ସିଏଚସିରେ ଡାକ୍ତର ରହୁନଥିବାରୁ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରି ତୁରନ୍ତ ସ୍ଥାୟୀ ଡାକ୍ତର ଓ ଆମ୍ବୁଲାନ୍ସ ରହିବା ପାଇଁ ଦାବି କରିଥିଲେ। ବଲାଙ୍ଗିର ପ୍ରଶାସନ ତରଫରୁ ଆନୁସଙ୍ଗିକ କ୍ଷତି ପୂରଣ ପାଇଁ ରେଡକ୍ରସ ପାଣ୍ଠିରୁ ଉଭୟ ମୃତକଙ୍କ ପରିବାରଙ୍କୁ ନଗଦ ୨୦ ହଜାର ଟଙ୍କା ପ୍ରଦାନ ଓ ଚୁଡାପାଲି ସିଏଚସି ସମସ୍ୟା ଉପରେ କାର୍ଯ୍ୟାନୁଷ୍ଠାନ ଦେବାର ପ୍ରତିଶୃତି ଦେବା ପରେ ସନ୍ଧ୍ୟା ୬ଟା ସମୟରେ ଆନ୍ଦୋଳନକାରୀ ରାସ୍ତା ଅବରୋଧରୁ ହଟିଥିଲେ। ଯଦିଓ ଏହା ଏକ ନିର୍ଦ୍ଦିଷ୍ଟ ଗ୍ରାମର ଦୁଘଟଣା ଜନିତ ମୃତ୍ୟୁ ଘଟଣା ତା ବାହାରେ ମଧ୍ୟ ଉକ୍ତ ପଞ୍ଚାୟତର ସମସ୍ତ ଗ୍ରାମବାସୀ, ଭୁଣ୍ଡିମୁହାଣ, ମାୟାବର୍ହା ଚୁଡାପାଲି ଆଦି ଗ୍ରାମ ପଞ୍ଚାତର ଲୋକ ସାମିଲ ଥିଲେ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories