www.samajalive.in
Sunday, December 7, 2025
14.1 C
Bhubaneswar

ଯୁପିଟର୍ ସହ ଡିଲକ୍ସ ଧକ୍କା : ଜଣେ ଆହତ,ଚାରି ଗୁରୁତର

ରେଙ୍ଗାଲିକ୍ୟାମ୍ପ :ବୁଧବାର ଅପରାହ୍ନରେ ଅତାବିରା ବସ୍ ଷ୍ଟାଣ୍ଡ ଛକରେ  ଗୋଟିଏ ଏକ୍ଟିଭ ଯୁପିଟର୍ ସହ ଡିଲକ୍ସ ଗାଡ଼ି ଧକ୍କା ଦେବା ଫଳରେ ଚାରିଜଣ ଗୁରୁତର ହୋଇଛନ୍ତି। ଘଟଣା ସ୍ଥଳରୁ ଜଣାପଡିଛି ଯେ  ଜୁପିଟର୍ ଏକଟିଭl ଗାଡିରେ ବଇଯାର ଅମିତ୍ ସିଂହ(୨୯), ତାଙ୍କ ଶଳା ଲଡୁଖାଇର ରାଜେଶ ବାଗ(୨୮)ଓ ସାଙ୍ଗ ଶିଶିର କୁମାର ଭୋଇ ଆର୍ ଆଇ କର୍ମଚାରୀ ଅତାବିରା କୌଣସି କୋର୍ଟ କାମରେ ଅତାବିରା ଆସି କୁଲୁଣ୍ଡା ପଟ ରାସ୍ତାରୁ ଆର ପଟକୁ ପାରି ହେଉଥିବା ସମୟରେ ଜାତୀୟ ରାଜପଥରେ ସମ୍ବଲପୁରରୁ ବରଗଡ଼ ପଟକୁ ଆସୁଥିବା ସି ଡି ଡିଲକ୍ସ ଗାଡ଼ିରେ  ଆସୁଥିବା ଏସ ରାମପୁରର ସଂଜୟ ପ୍ରଧାନ (୩୨) ଓ ଜିତେନ୍ଦ୍ର ଭୋଇ ଧକ୍କା  ହେବା ଫଳରେ  ଉଭୟ ଗାଡ଼ିରେ ଥିବା ସମସ୍ତେ ଛିଟିକି ତଳେ  ପଡ଼ିଯାଇଥିଲେ। ଏମାନଙ୍କ ମଧ୍ୟରୁ ଅମିତ୍ ସିଂହ ସାମାନ୍ୟ  ଆଘାତ ହୋଇଥିବା ବେଳେ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ  ଚିକିତ୍ସା ପରେ ତାଙ୍କୁ ସ୍ଥାନୀୟ ଲୋକେ ଦୁଇଟି ଆମ୍ବୁଲାନ୍ସରେ ବୁର୍ଲା ଡ଼ାକ୍ତଖାନାକୁ  ପଠାଇଛନ୍ତି। ସୂଚନାଯୋଗ୍ୟ, ଏହି ଛକଟିରେ ଟ୍ରାଫିକ ନ ଥିବା ଯୋଗୁ  ବାରମ୍ବାର ଦୁର୍ଘଟଣା ଘଟି ବିପଦର ମୁଖା ସାଜିଛି। ଅନେକ ଥର ପ୍ରଶାସନର ଦୃଷ୍ଟିକୁ ଅଣାଯାଇଥିଲେ ମଧ୍ୟ ଏଥିପ୍ରତି ଆଜିଯାଏଁ କୌଣସି ପଦକ୍ଷେପ ନିଆଯାଇ ନାହିଁ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories