bjd gruha runa

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ୨ମୃତ, ଜଣେ ଗୁରୁତର

BJD Bijuli 480×75 Mob

ଚାନ୍ଦବାଲି : ଭଦ୍ରକ ଜିଲା ବାଂଶଗଡ଼ା ଥାନା ନୂଆଗାଁ ନିକଟରେ ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ୩ଜଣ ଯୁବକ ଏକ ବାଇକ ଯୋଗେ ବିଳମ୍ବିତ ରାତିରେ ନୂଆଗାଁ ନିକଟ ମତ ନଳଗୋହିରା ରାସ୍ତାରେ ଫେରୁଥିଲେ । କୌଣସି କାରଣରୁ ବାଇକଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । ବାଇକରେ ଥିବା ୩ଜଣ ଯୁବକ ରାସ୍ତା ଉପରକୁ ଛିଟକି ପଡ଼ିଥିଲେ । ସ୍ଥାନୀୟ ଲୋକେ ୩ଜଣ ଯୁବଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତକ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଗୁରୁତର ଅବସ୍ଥାରେ ୨ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

Comments are closed.