ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା, ଦୁଇ ଚାଳକ ମୃତ

0

ବାଲେଶ୍ୱର: ୧୬ ନମ୍ବର ଜାତୀୟ ରାଜପଥର ନାୟକବନ୍ଧ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦୁଇଟି ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଛି ।

ସୂଚନାଯୋଗ୍ୟ,  ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନାୟକବନ୍ଧ ନିକଟରେ ଏକ ଇଟା ବୋଝେଇ ଟ୍ରକ୍‌ ସହିତ ଅନ୍ୟ ଏକ ଆନ୍ଧ୍ର ଟ୍ରକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଟ୍ରକ ଦୁଇଟିରେ ଥିବା ଦୁଇ ଜଣ ଚାଳକ ଚାପି ହୋଇ ରହିଥିଲେ । ଖବରପାଇ ଘଟଣାସ୍ଥଳରେ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ସ୍ଥାନୀୟଲୋକଙ୍କ ସହାୟତାରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି ।

Leave A Reply