ସଡକ ଦୁର୍ଘଟଣାରେ ଶାଳି ମୃତ ଓ ଭିଣେଇ ଗୁରୁତର

ଯାଜପୁର: ସଦର ଥାନା କବିରପୁର ନିକଟରେ ଵାଇକ ଉପରେ ଟ୍ରକ ମାଡି ଯାଇଛି । ବାଇକରେ ଶାଳି ଓ ଭିଣେଇ ଯାଉଥିବା ବେଳେ ଘଟଣାସ୍ଥଳରେ ଶାଳି ମୃତ୍ୟୁ ଘଟିଥିବା ବେଳେ ଭିଣେଇ ଗୁରୁତର ହୋଇଛନ୍ତି । ମୃତକ ହେଉଛନ୍ତି ମନୀଷା ଭୋଇ(୨୩ ବର୍ଷ) ଓ ଘର ଝାଲ ପଡା ଅଂଚଳରେ ବୋଲି ଜଣାପଡିଛି । ହରିପୁରରୁ ମାର୍କେଟିଂ କରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।