ବସ୍-କାର ଧକ୍କା ; ୨ ଗୁରୁତର

ମୋହନା :  ଜାତୀୟ ରାଜପଥ ୩୨୬ ମୋହନା ଅନ୍ତର୍ଗତ ରାଇସିଂ ଛକଠାରେ ଏକ ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି। ରାୟଗଡା ସହରରୁ ବ୍ରହ୍ମପୁର ଫେରୁଥିବା ଏକ ଘରୋଇ ବସ୍ ସହ ଗୁଲୁବା ପଞ୍ଚାୟତ ଅଧିନ କୁଡ଼ୁକିମା ଗ୍ରାମରୁ କିଛି ଯାତ୍ରୀଙ୍କୁ ନେଇ ଗଞ୍ଜାମ ଜିଲ୍ଲାର ଦାନ୍ତିଲିଙ୍ଗ ଯାଇ ଫେରୁଥିବା ଏକ କାର ମଧ୍ୟରେ ରାଇସିଂ ଛକଠାରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ କାର ଡ୍ରାଇଭର କୁଡୁକିମି ଗ୍ରାମର ସୁରେନ୍ଦ୍ର ନାୟକ (୩୦) ଓ ପଦ୍ମା ନାୟକ (୫୫)ଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା। ଖବର ପାଇ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର ଓ ସମିତି ସଭ୍ୟ ବାଳକୃଷ୍ଣ ମଳିକ ଘଟଣା ସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ୧୦୮କୁ ଖବର ଦେଇଥିଲେ । ୧୦୮ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣା ପଡିଛି।

Comments are closed.