www.samajalive.in
Sunday, December 7, 2025
26.1 C
Bhubaneswar

ଲୁଚିଛପି ଗାଡି ଚଳାଇବା ପଡିଲା ମହଙ୍ଗା, ଅକାଳରେ ଚାଲିଗଲା କିଶୋରଙ୍କ ଜୀବନ

ନୂଆଦିଲ୍ଲୀ: ପୂର୍ବାଞ୍ଚଳ ଦିଲ୍ଲୀର କୃଷ୍ଣା ନଗର ମେଟ୍ରୋ ଷ୍ଟେସନ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ନାବାଳକଙ୍କ ଜୀବନ ଚାଲି ଯାଇଛି । ମୃତକଙ୍କ ନାମ ହେଲା ଦିବ୍ୟ ଶର୍ମା(୧୪) । ଦିବ୍ୟଙ୍କ ମୃତ୍ୟୁ ଖବର ପରିବାର ଉପରେ ସତେ ଯେପରି ଦଃଖର ପାହାଡ ଖସି ପଡିଛି । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

କମ୍ ବୟସରେ ପିଲାମାନଙ୍କ ହାତରେ ବାଇକ୍ ବା କାର ଚାବି ଧରାଇ ଦେବା କିମ୍ବା କିଶୋର ଅବସ୍ଥାରେ ଘର ଲୋକଙ୍କଠାରୁ ଲୁଚିଛପି ଗାଡି ଚଳାଇବା କେତେ ବିପଦ ଜନକ ତାହା ଏହି ଘଟଣାରୁ ଜଣାପଡିଛି । ମୃତକ ଦିବ୍ୟ ରବିବାର ସକାଳେ ପରିବାରରେ କାହାକୁ କିଛି ନ ଜଣାଇ ବାଇକ୍ ନେଇ ବୁଲିବାକୁ ବାହାରି ଯାଇଥିଲା।  ଦିବ୍ୟ ସାଙ୍ଗରେ ହେଲମେଟ ମଧ୍ୟ ନେଇ ନଥିଲା। ମେଟ୍ରୋ ଷ୍ଟେସନ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ଶୋଚନୀୟ ଭାବରେ ମୃତ୍ୟୁ ହୋଇଥିଲା ।

- Advertisement -

ମିଳିଥିବା ସୂଚନା ଅନୁଯାୟୀ, ମୃତ ଦିବ୍ୟ ପରିବାର ବିହାର କଲୋନୀର ବୋଲି ଜଣାପଡିଛି । ପିତା ଅମିତ ଶର୍ମା ଏକ ଫେସ-ୱାସ କମ୍ପାନୀରେ ମାର୍କେଟିଂ ଆଡଭାଇଜର ଭାବେ କାର୍ଯ୍ୟ କରନ୍ତି । ମୃତ ଦିବ୍ୟ ବିହାର କଲୋନୀ ସ୍ଥିତ ଅକ୍ସଫୋର୍ଡ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ।  ମୃତ ଦିବ୍ୟଙ୍କର ବାଇକ୍ ଚଳାଇବାରେ ବହୁତ ଆଗ୍ରହ ଥିଲା । କମ୍ ବୟସ ହେଉଥିବା କାରଣରୁ ପିତା ଗାଡି ଚଳାଇବାକୁ ଅନୁମତି ଦେଉନଥିଲେ । ରବିବାର ହୋଇଥିବା କାରଣରୁ ପିତା ଅମିତ୍ ଅଫିସ ନ ଯାଇ ଘରେ ଥିଲେ ଏବଂ ତାଙ୍କ ବାଇକ୍ ମଧ୍ୟ ଘରେ ଥିଲା। ସକାଳେ ମାତା, ପିତା ଓ ଭଉଣୀ ଶୋଇଥିବା ବେଳେ ଦିବ୍ୟ ଏହାର ସୁଯୋଗ ନେଇ କାହାକୁ କିଛି ନ ଜଣାଇ ଘରେ ଥିବା ବଜାଜ ଡିସ୍କବର ବାଇକ୍ ଧରି ଚାଲି ଯାଇଥିଲା।

ପୁଲିସ ସୂଚନା ଅନୁଯାୟୀ, ସାଢେ ୭ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା।  ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦିବ୍ୟଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୁଣ୍ଡରୁ ଅଧିକ ରକ୍ତସ୍ରାବ ହେବା କାରଣରୁ ଦିବ୍ୟଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ଦିବ୍ୟଙ୍କ ନିକଟରେ କୌଣସି ପରିଚୟ ପତ୍ର ନଥିବାରୁ ଗାଡି ନମ୍ବରରୁ ପିତା ଅମିତଙ୍କ ପରିଚୟ ପାଇ ପୁଲିସ ରବିବାର ଅପରାହ୍ନରେ ଦିବ୍ୟଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories