www.samajalive.in
Monday, December 15, 2025
26.1 C
Bhubaneswar

କରୋନା ସଂକ୍ରମଣ: ଓଡ଼ିଶାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଚୀନ୍ ଠାରୁ ଅଧିକ

ଭୁବନେଶ୍ବର: କରୋନା ଭୂତାଣୁ ଚୀନରୁ ବାହାରି ସାରା ବିଶ୍ବକୁ ବ୍ୟାପିଛି । କୋଟିଏରୁ ଅଧିକ ଲୋକ ବସବାସ କରୁଥିବା ଉହାନ ସହରରେ ୩ ହଜାର ମୁଣ୍ଡ ଗିଳିବା ପରେ କରୋନା ବିଦେଶକୁ ଡ଼ିଆଁ ମାରିଥିଲା । ଏବେ ଉହାନ ସହ ଆଉ ଚୀନ ଶାନ୍ତ ମାତ୍ର ବିଦେଶରେ କରୋନା ଗିଳି ଚାଲିଛି ମୁଣ୍ଡ ପରେ ମୁଣ୍ଡ । ବିଦେଶରେ ଯାହା ସ୍ଥିତି ତାହା ଭିନ୍ନ । ମାତ୍ର କରୋନା ସଂକ୍ରମଣ କ୍ଷେତ୍ରରେ ଏବେ ଚୀନଠାରୁ ଓଡ଼ିଶା ପରି ଛୋଟ ରାଜ୍ୟ ବି ଆଗରେ ରହିଛି ।  ଚୀନରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୦ ମଧ୍ୟରେ ରହିଥିବାବେଳେ ଓଡ଼ିଶାରେ ୮ଶହରୁ ଊର୍ଧ ସଂକ୍ରମିତଙ୍କ ମଧ୍ୟରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୦୦ ଉପରେ । ଅର୍ଥାତ୍ ଚୀନ ପରି ବିଶାଳ ଦେଶଠାରୁ ୬ ଗୁଣ ଅଧିକ ରୋଗୀ କେବଳ ଓଡ଼ିଶାରେ ଅଛନ୍ତି ଆଉ ଦେଶ କଥା ଦେଖିଲେ ଆମ ଦେଶରେ ଚୀନଠାରୁ ୫୬୦ ଗୁଣ ସକ୍ରିୟ ସଂକ୍ରମିତ ରୋଗୀ ଭାରତରେ ରହିଛନ୍ତି । ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ଲ​‌କ୍ଷେରେ ପହଞ୍ଚିଲାଣି, ଯାହା ଚୀନ୍ ସଂକ୍ରମିତ ରୋଗୀ ସଂଖ୍ୟାଠାରୁ ବି ଅଧିକ । କେବଳ ସେତିକ ନୁହେଁ, ଚୀନରୁ କରୋନା ଭୂତାଣୁ ବାହାରିଥିଲେ ସୁଦ୍ଧା ଏହି ଦେଶ ରୋଗକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛି ଓ ୯୨% ରୋଗୀ ସୁସ୍ଥ ହୋଇ ସାରିଛନ୍ତି ।

ଚାଇନା ଟାଇମ୍ସ ସୂତ୍ରରୁ ମିଳିଥିବା ତଥ୍ୟ  ଅନୁସାରେ ମେ ୧୮ ତାରିଖ ସୁଦ୍ଧା ଚୀନରେ  ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୮୨ । ଆମ ରାଜ୍ୟ ଓଡ଼ିଶାରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୬୫୦ରୁ ଅଧିକ ।  ସେହିପରି ଦେଶରେ ଆଜି କୋରୋନା ଆକ୍ସିଭ କେସ୍ ସଂଖ୍ୟା ୫୬୩୧୬ ରହିଛି । ଚୀନ ତୁଳନାରେ ଏହା ୬୮୬ ଗୁଣରୁ ବି ଅଧିକ ।

- Advertisement -

କେବଳ ଭାରତ ନୁହେଁ ଆମେରିକା ମଧ୍ୟ ଏବେ ଏହି ଚୀନା ଭୂତାଣୁ ସହ ନିରବଚ୍ଛିନ୍ନ ଲଢ଼ୁଛି । କରୋନାରେ ୟୁରୋପୀୟ ରାଷ୍ଟ୍ରସମୂହ ପରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଛି ଆମେରିକା । ଆମେରିକାରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧୧ ଲକ୍ଷ ପାଖାପାଖି ପହଞ୍ଚିଲାଣି ।

ଏହି ସ୍ଥିତିରେ ସୋମବାର ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବୈଠକରେ ସବୁ ଦେଶ ଚୀନ୍ ଉପରେ ରକ୍ତ ଚାଉଳ ଚୋବାଉଛନ୍ତି । ଚୀନ ଭୁଲ ପାଇଁ ସାରା ବିଶ୍ବ ଏବେ ମହାମାରୀ ସହ ଲଢ଼ୁଛି ବୋଲି ଅଭିଯୋଗ କରିଛନ୍ତି ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories