www.samajalive.in
Sunday, December 7, 2025
23.1 C
Bhubaneswar

ସାଇକେଲ ଆରୋହୀଙ୍କ ଉପରେ ଚଢିଗଲା ହାଇୱା

କଳାପଥର(ବାଙ୍କୀ): ବାଙ୍କୀ ଥାନା ଅନ୍ତର୍ଗତ ଢଂସର- ଗୋପାଳପୁର ରାସ୍ତା ମଝିରେ ସୋମବାର ସଂଧ୍ୟାରେ ହାଇୱା ଚଢିଯିବାରୁ ଘଟଣା ସ୍ଥଳରେ ଜଣେ ସାଇକଲ ଆରୋହୀଙ୍କର ମୃତ୍ୟୁ ହୋଇଯାଇଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଛନ୍ତି। ସ୍ଥାନୀୟ ଢଂସର ଗ୍ରାମବାସୀ ବାଙ୍କୀ-ସିମୋର ରାସ୍ତାରେ ଟାୟାର ଜାଳି, ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଖବର ପାଇ ବାଙ୍କୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅବରୋଧକାରୀଙ୍କୁ ବୁଝାସୁଝା କରିଛି।
ସୂଚନାଯୋଗ୍ୟ ଯେ, ସୋମବାର ସଂଧ୍ୟା ପ୍ରାୟ ୫.୩୦ ସମୟରେ ଢଂସର ଗ୍ରାମର ଦୀନବନ୍ଧୁ ସ୍ୱାଇଁ ସାଇକେଲ ଯୋଗେ ବାଙ୍କୀରୁ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ଗୋପାଳପୁର -ଢଂସର ମଝିରେ ବାଙ୍କୀ ପଟୁ ଆସୁଥିବା ଏକ ହାଇୱା ପଛପଟୁ ତାଙ୍କୁ ଧକ୍କା ଦେଇଥିଲା। ଖବର ପାଇ ଢଂସର ଗ୍ରାମବାସୀ ଟ୍ରକଟିକୁ ଅଟକାଇ ଥିଲେ। ଗ୍ରାମବାସୀ ଟ୍ରକର ଡ୍ରାଇଭରକୁ ନିସ୍ତୁକ ମାଡ ମାରିଥିବା ବେଳେ ଗାଡିର କାଚ ଭାଙ୍ଗି ଦେଇଥିଲେ। ପରେ ଶତାଧିକ ଗ୍ରାମବାସୀ ଢଂସର ଠାରେ ମଙ୍ଗଳବାର ସକାଳୁ ରାସ୍ତାରେ ଟାୟାର ଜାଳି କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଥିବା ଜଣାପଡିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories