ପଥଚାରୀଙ୍କୁ ବଞ୍ଚାଇବାକୁ ଯାଇ ପ୍ରାଣ ହାରିଲେ ଯୁବକ

0

ବାଲେଶ୍ବର: ପଥଚାରୀଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତା କଡରେ ଥିବା ଗଛରେ ପିଟି ହୋଇ ଜଣେ ଯୁବକ ଜୀବନ ହାରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ବର ଜିଲା ସୋର କୁପାରୀ ରାସ୍ତା ବ୍ରାହ୍ମଣୀ ପୋଖରୀ ନିକଟରେ ଘଟିଛି । ଦୁଇ ଜଣ ଯୁବକ ବାଇକରେ ଯାଉଥିବା ବେଳେ ହଠାତ୍ ସାମ୍ନାକୁ ଜଣେ ପଥଚାରୀ ଚାଲି ଆସିଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ବାଇକ ଚାଳକ ଗଛରେ ପିଟି ହୋଇଥିଲେ । ଫଳରେ ସେମାନେ ଗୁରୁତର ଅବସ୍ଥାରେ ପଡିଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ସୋର ଡାକ୍ତରଖାନାକୁ ପଠାଇ ଥିଲେ । ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ଯୁବକ ଜଣଙ୍କ ହେଲେ ସଞ୍ଜୟ ବାରିକ ଓ ତାଙ୍କ ଘର ଖଇରା ବ୍ଲକ ପାଇକାଳପୁର ଗ୍ରାମରେ ବୋଲି ଜଣାପଡିଛି । ସେହି ଗ୍ରାମର ଅନ୍ୟ ଜଣେ ଆହତ ଯୁବକ ପ୍ରଶାନ୍ତ ବେହେରା ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଛନ୍ତି ।

Leave A Reply