www.samajalive.in
Monday, December 15, 2025
24.1 C
Bhubaneswar

ଫ୍ଲିପ୍‌କାର୍ଟରେ ଜବରଦସ୍ତ ଅଫର୍‌ ; ଅଧା ଦାମ୍‌ରେ ମିଳୁଛି ଏସି, ଖରାଦିନରେ ମିଳିବ ଥଣ୍ଡା, ଶୀତ ଦିନରେ ଗରମ ପବନ..

ନୂଆଦିଲ୍ଲୀ : ଧିରେ ଧିରେ ବିଦା ନେଲାଣି ଶୀତ। ଖରାଦିନ ଭଳି ଅନୁଭବ ହେଲାଣି ଖରା। ତେବେ ଖରା ଦିନ ଆସିବା ମାତ୍ରେ ଲୋକେ ଘରେ ଘରେ ଏସିର ବ୍ୟବହାର ନିଶ୍ଚୟ କରି ଥାନ୍ତି। ତେବେ ଆପଣ ଯଦି ଏସି କିଣିବାକୁ ଚିନ୍ତା କରୁଛନ୍ତି, ସୁବର୍ଣ୍ଣ ସୁଯୋଗ ଆସିଛି । ଆରମ୍ଭ ହୋଇଛି ଏସିର ଜବରଦସ୍ତ ଅଫର୍‌। ଯାହା ଗ୍ରାହକଙ୍କୁ ବେଶ ଆକର୍ଷିତ କରିବ ବୋଲି ଅନୁମାନ କରାଯାଉଛି। ଫ୍ଲିପକାର୍ଟରେ ୧.୫ ଟନ ସ୍ପ୍ଲିଟ୍‌ ଏସିରେ ଜବରଦସ୍ତ ରିହାତି ମିଳୁଛି। ସାମସଙ୍ଗ୍‌, ବ୍ଲୁ ଷ୍ଟାର, ଡାଇକିନ୍‌, ଭୋଲ୍ଟାସ୍‌, ଏଲଜି, କ୍ୟାରିଅର ଆଦି ଟପ୍‌ ବ୍ରାଣ୍ଡ୍‌ର ପ୍ରିମିୟମ ଏସିରେ ଆପଣଙ୍କୁ ୫୫% ପର୍ଯ୍ୟନ୍ତ ସଞ୍ଚୟ କରିବାର ସୁଯୋଗ ପାଇବେ। ଏହା ବ୍ୟତୀତ ଫ୍ଲିପ୍‌କାର୍ଟ ଏକ୍ସଚେଞ୍ଜ ଓ ବ୍ୟାଙ୍କ୍‌ ଅଫର୍‌ ମଧ୍ୟ ପ୍ରଦାନ କରୁଛି । ଫଳରେ ଅଧିକ ଲାଭ ପାଇପାରିବେ।

ଏହି ଏସି ଖରା ଦିନରେ କେବଳ ଥଣ୍ଡା ପବନ ଦେବ ତାହା ନୁହେଁ ବରଂ ଶୀତ ଦିନେ ମଧ୍ୟ ଗରମ ପବନ ପ୍ରଦାନ କରିବ। ଏସିର ପ୍ରକୃତ ଦାମ୍‌ ୮୯,୯୯୦ ରହିଛି । ମାତ୍ର ୪୯% ରିହାତି ପରେ ୪୫, ୭୯୦ ଟଙ୍କାରେ କିଣିବାର ସୁଯୋଗ ପାଇବେ। ଏଥିରେ ଗରମ ଓ ଶୀତ ମୋଡ୍‌ ବ୍ୟତୀତ ଭୂତାଣୁ ପ୍ରତିରୋଧୀ ସୁରକ୍ଷା ସହ ଏଚ୍‌ଡି ଫିଲ୍ଟରର ସ୍ୱତନ୍ତ୍ରର ଫିଚର୍‌ ମଧ୍ୟ ସାମିଲ ରହିଛି।

ଫେବୃଆରୀରେ ବଡ ଯୋଗ ; ଏହି ରାଶି କିଣିବେ ନୂଆ ଘର,ଗାଡି, ସୁନା ଭଳି ଚମକିବ ଭାଗ୍ୟ..

- Advertisement -

ଭୋଲ୍ଟାସ୍‌ର ଏସି ଅଧିକାଂଶଙ୍କ ପସନ୍ଦ । ଏହି ଏସିର ଦାମ୍‌ ୬୨,୯୯୦ ଟଙ୍କା । ମାତ୍ର ୪୬% ରିହାତି ପରେ ଏହା ୩୩,୯୯୦ ଟଙ୍କାରେ କିଣି ପାରିବେ । ଏହାସହ ଆକ୍ସିସ୍‌ ବ୍ୟାଙ୍କ କ୍ରେଡିଟ୍‌ କାର୍ଡରେ ଆହୁରି ୫% ରିହାତି ମିଳିପାରିବ।

ଡାଇକିନ୍‌- ଏହାର ଦାମ୍‌ ୬୭,୨୦୦ ଟଙ୍କା। ମାତ୍ର ୩୨%  ରିହାତି ପରେ ଏହାର ଦାମ୍‌ ୪୫,୪୯୦ ଟଙ୍କାରେ ମିଳି ପାରିବ। ପୁରୁଣା ଏସି ଏକ୍ସଚେଞ୍ଜ କଲେ ୫ ହଜାର ଟଙ୍କା କମ୍‌ ପଡିବ। ଏହି ଇନଭର୍ଟର ଏସି ୨.୫ ଫିଲ୍ଟର ଟେକ୍ନୋଲୋଜି ସହ ଆସୁଛି।

ବ୍ଲୁ ଷ୍ଟାର – ଏହି ଏସିରେ ୪୨ ପ୍ରତିଶତ ରିହାତି ମିଳୁଛି। ଏହାର ଦାମ୍‌ ୬୪,୨୫୦ ଟଙ୍କା। ମାତ୍ର ରିହାତି ପରେ ୩୬,୯୯୦ ଟଙ୍କାରେ ମିଳିଯିବ। ଏକ୍ସଚେଞ୍ଜ ଅଫର୍‌ ମଧ୍ୟ ରହିଛି। ପୁରୁଣା ଏସି ଦେଲେ ୫ ହଜାର କମ୍‌ ପଡିବ। ଏହି ଏସିକୁ କେବଳ ରିମୋର୍ଟ ନୁହେଁ ବରଂ ସ୍ମାର୍ଟଫୋନ୍‌ ସହ ମଧ୍ୟ କନେକ୍ଟ କରାଯାଇପାରିବ।

ବର୍ତ୍ତମାନ ଫ୍ଲିପ୍‌କାର୍ଟରେ ଏସିରେ ଖୁବ୍‌ ରିହାତି ମିଳୁଛି। ରିହାତି ସହ ଏକ୍ସଚେଞ୍ଜ ଓ ବ୍ୟାଙ୍କ ଅଫର୍‌ ମଧ୍ୟ ସାମିଲ ରହିଛି। ଅସମ୍ଭାଳ ଖରା,ଗରମ ଆରମ୍ଭ ନହୋଇଥିବାରୁ ଏସିର ଦାମ୍‌ କମ୍‌ ସହ ଆକର୍ଷଣୀୟ ଅଫର୍‌ ଦିଆଯାଉଛି। ମାତ୍ର ତାପମାତ୍ରା ବୃଦ୍ଧି ହେବା ମାତ୍ରେ ଦାମ୍‌ରେ ବୃଦ୍ଧି ହେବ। ଏହି ଅଫ୍‌ର ସୀମିତ ସମୟ ପାଇଁ ରହିଛି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories