www.samajalive.in
Saturday, December 6, 2025
14.1 C
Bhubaneswar

କି ବାର୍ତ୍ତା ଦେବ ଦିଲ୍ଲୀ?

ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଦିଲ୍ଲୀ ନିର୍ବାଚନ ଲାଗି ପ୍ରଚାର ଶେଷ ହେଉଛି। ଗୋଟିଏ ଦିନ ପରେ ଭୋଟ୍। ୭୦ଟି ବିଧାନସଭା ଆସନ ପାଇଁ ମୋଟ୍ ୬୯୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଦିଲ୍ଲୀର ତିନି ପ୍ରମୁଖ ରାଜନୈତିକ ଦଳ ଲାଗି ଏହି ନିର୍ବାଚନ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଆମ୍ ଆଦମୀ ପାର୍ଟି, ବିଜେପି ଏବଂ କଂଗ୍ରେସର ଷ୍ଟାର ପ୍ରଚାରକ ମାନେ ଜୋରଦାର ପ୍ରଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ତାଙ୍କ ଦଳ ପାଇଁ ପ୍ରଚାରର ମଙ୍ଗ ସମ୍ଭାଳୁଛନ୍ତି। କଂଗ୍ରେସ ତରଫରୁ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ ମୈଦାନକୁ ଓହ୍ଲାଇଛନ୍ତି। ସତ୍ତାଧାରୀ ଦଳ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ନିଜ ଦଳ ପାଇଁ ପ୍ରଚାର କରିବାରେ କୌଣସି ହେଳା କରୁନାହାଁନ୍ତି। ଏଭଳି ପରିସ୍ଥିତିରେ ଦିଲ୍ଲୀ ନିର୍ବାଚନ ଫଳାଫଳ କଣ ହେବ ତାହା କିନ୍ତୁ ସ୍ପଷ୍ଟ ହୋଇପାରୁନାହିଁ। କେନ୍ଦ୍ରରେ ଲଗାତର ୩ ଥର କ୍ଷମତା ଦଖଲ କରିଆସିଥିଲେ ସୁଦ୍ଧା ୨୭ ବର୍ଷ ହେଲା ବିଜେପି ଦିଲ୍ଲୀ ଦଖଲ କରିପାରୁନାହିଁ। ସେହିପରି ଶୀଲା ଦୀକ୍ଷିତଙ୍କ ପରେ କଂଗ୍ରେସ ମଧ୍ୟ ଦିଲ୍ଲୀ ସତ୍ତା ଠାରୁ ଦୂରରେ ରହିଛି। ଆମ ଆଦମୀ ପାର୍ଟିର ଅଭ୍ୟୁଦୟ ପରେ ଏହି ଦଳକୁ ସେଠାରେ ଆଶ୍ଚର୍ଯ୍ୟଜନକ ଭାବରେ ସଫଳତା ମିଳିଛି। ୨୦୨୪ ସାଧାରଣ ନିର୍ବାଚନରେ ଦିଲ୍ଲୀର ସମସ୍ତ ଲୋକସଭା ଆସନ ବିଜେପି ପୋଛି ନେଇଛି। ଦଳର ଭୋଟ୍ ପ୍ରତିଶତ ମଧ୍ୟ ବଢ଼ିଛି। ଏଥର ମଧ୍ୟ ବିଜେପି ଆପ୍ ବିରୋଧରେ ଦୁର୍ନୀତିକୁ ଅସ୍ତ୍ର କରିଛି। ତାଚ୍ଛଲ୍ୟ କରି ଆପ୍ ସରକାରକୁ ଆପଦା ବା ପ୍ରକୃତିକ ବିପର୍ଯ୍ୟୟର ସରକାର ବୋଲି ବିଜେପି ନେତାମାନେ କହୁଛନ୍ତି। ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ଜେଲ ଯିବା ପରେ ବିଜେପିକୁ ସ୍ଥାନୀୟ ସରକାରକୁ ସମାଲୋଚନା କରିବା ପାଇଁ ମୌକା ମିଳିଯାଇଛି। କଂଗ୍ରେସ ମଧ୍ୟ ଉଭୟ ଆପ୍ ଏବଂ ବିଜେପି ସରକାର ସମାନ ବୋଲି କହୁଛି। ଏହି ଦଳ ବରାବର ଭାବରେ ଉଭୟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ୍ କରୁଛି। ଆମ ଆଦମୀ ପାର୍ଟି ନିଜର ସୁଶାସନ କଥା କହି ନିର୍ବାଚନ ଲଢୁଛି। ଏସବୁ ମଧ୍ୟରେ ଦିଲ୍ଲୀ ନିର୍ବାଚନ କାହା ସପକ୍ଷରେ ଯିବ,  ସେନେଇ ଚର୍ଚ୍ଚା ବଢୁଛି। କି ବାର୍ତ୍ତା ଦେବ ଦିଲ୍ଲୀ ବୋଲି ଭୋଟର ପରସ୍ପରକୁ ପଚାରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories