www.samajalive.in
Saturday, December 6, 2025
16.1 C
Bhubaneswar

ଏବିସିଡି-୩ରେ ନଜର ଆସିବେ ବରୁଣ-ଶ୍ରଦ୍ଧା

ମୁମ୍ବଇ : ରେମୋ ଡି’ସୁଜା ନିର୍ଦେଶିତ ‘ଏବିସିଡି-୩’ର କାମ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥିରେ ମୁଖ୍ୟ ଭୂମିକାରେ ବରୁଣ ଧୱନ୍ ଓ ଶ୍ରଦ୍ଧା କପୁର ଦେଖାଦେବେ। ଏକଥା ସ୍ପଷ୍ଟ କରିଛନ୍ତି ବଲିଉଡ ସୁନ୍ଦରୀ କ୍ୟାଟ୍ରିନା କେଫ୍। ପ୍ରଥମେ କ୍ୟାଟ୍ରିନା କେଫ୍‌ଙ୍କୁ ଏଇ ଭୂମିକା ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ସେ ଅନ୍ୟ ଚଳଚ୍ଚିତ୍ର ନିମନ୍ତେ ସମୟ ଦେଇସାରିଥିଲେ। ଏଣୁ ରେମୋ ତାଙ୍କ ପୁରୁଣା ଯୋଡ଼ିକୁ ପ୍ରସ୍ତାବ ଦେଲେ ଓ ଦୁହେଁ ଖୁସିରେ ଗ୍ରହଣ କରିଛନ୍ତି। ନୃତ୍ୟଭିତ୍ତିକ ଏଇ ଚଳଚ୍ଚିତ୍ରର ପ୍ରଥମ ଭାଗ ୨୦୧୩ରେ ମୁକ୍ତିଲାଭ କରିଥିଲା ଏଇ ଥ୍ରୀଡି ଚଳଚ୍ଚିତ୍ର ସେସମୟରେ ସୁପରହିଟ୍ ହୋଇଥିଲା ଓ ପ୍ରଥମ ଭାଗର ମୁଖ୍ୟ ଆକର୍ଷଣ ଥିଲେ ନୃତ୍ୟ ନିର୍ଦେଶକ ପ୍ରଭୁ ଦେବା। ପ୍ରଥମ ଭାଗର ସଫଳତା ପରେ ରେମୋ ଦ୍ବିତୀୟ ଭାଗ ଆରମ୍ଭର ଯୋଜନା କଲେ। ୨୦୧୫ରେ ଏବିସିଡି-୨ ମୁକ୍ତିଲାଭ କରି ୧୬୫କୋଟି ଟଙ୍କାର ବ୍ୟବସାୟ କରିଥିଲା। ଦ୍ବିତୀୟ ଭାଗର ସଫଳତା ପରେ ରେମୋ ପୁଣି ଉତ୍ସାହିତ ହୋଇଥିଲେ। ତେବେ ତୃତୀୟ ଭାଗର ଆରମ୍ଭ ପୂର୍ବରୁ ରେମୋ ‘ରେସ୍‌-୩’ର ନିର୍ଦେଶନାରେ ବ୍ୟସ୍ତ ରହିଲେ। ସୁଲତାନ୍ ସଲମାନ୍ ଖାନ୍, ଅନିଲ କପୁର, ବବି ଦେଓଲ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଅଭିନୀତ ଏଇ ଚଳଚ୍ଚିତ୍ର ବକ୍ସଅଫିସ୍‌ରେ ଧରାଶାୟୀ ହେଲା। ସମୀକ୍ଷକଙ୍କ ମତରେ ରେମୋ ନୃତ୍ୟଭିତ୍ତିକ ଚଳଚ୍ଚିତ୍ରର ନିର୍ଦେଶନା ଦେବା ପାଇଁ ପୂରା ସିଦ୍ଧହସ୍ତ। ଏଣୁ ରେମୋ ମଧ୍ୟ ସମାନ ନିଷ୍ପତ୍ତି ନେଇ ଏବିସିଡି-୩ର କାମ ଆରମ୍ଭ କରିବାକୁ ଯାଉଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories