www.samajalive.in
Saturday, December 6, 2025
15.1 C
Bhubaneswar

ମୋଦୀଙ୍କ ବଲାଙ୍ଗୀର ଗସ୍ତ ଚୁଡାନ୍ତ : ୧୫୫୦ କୋଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

ଭୁବନେଶ୍ଵର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ଚୁଡାନ୍ତ ହୋଇଛି । ଆସନ୍ତା ମଙ୍ଗଳବାର ୧୫ ତାରିଖରେ ପ୍ରଧାନମନ୍ତ୍ରୀ ବଲାଙ୍ଗୀର ଗସ୍ତରେ ଆସୁଛନ୍ତି। ଏହି  ଗସ୍ତକାଳରେ ପ୍ରଧାନମନ୍ତ୍ରୀ ୧୫୫୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ଖୋର୍ଦ୍ଧା-ବଲାଙ୍ଗିର ପଟୁ ଆରମ୍ଭ ହେବାକୁ ଥିବା ରେଳ ଚଳାଚଳର ଶୁଭାରମ୍ଭ କରିବେ । ସେହିପରି ବଲାଙ୍ଗିର ଓ ବିଛୁପାଲି ଷ୍ଟେସନ ମଧ୍ୟରେ ନୂତନ ଟ୍ରେନର ଲୋକାର୍ପଣ କରିବେ। ସୋନପୁରଠାରେ    ପ୍ରତିଷ୍ଠା ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ। ଏହା ବ୍ୟତୀତ ୬ଟି ଜିଲ୍ଲାର ମୁଖ୍ୟ ଡାକଘରେ ପାସପୋର୍ଟ ସେବା ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ୧୫ ତାରିଖ ସକାଳ ୯ଟା ୩୦ରେ ଝାରସୁଗୁଡ଼ା ବିମାନ ବନ୍ଦରରେ  ପହଞ୍ଚିବେ । ସେଠାରୁ ହେଲିକପ୍ଟର ଯୋଗେ ବଲାଙ୍ଗୀର ଯିବେ। ସେ ବଲାଙ୍ଗୀରରେ ପହଞ୍ଚି  ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବେ। ଏହା ପରେ ୧୧ଟା ୪୫ ମିନିଟରେ ପଥରଚେପା ପଡ଼ିଆରେ ଆୟାଜିତ ଏକ ସାଧାରଣ ସଭାରେ ଉଦବୋଧନ ଦେବେ । ସେଠାରୁ ସେ ଝାରସୁଗୁଡ଼ା ଯାଇ ଅପରାହ୍ନ ୧ଟା ୪୫ ମିନିଟରେ କେରଳ ଯିବା କାର୍ଯ୍ୟକ୍ରମ ରହିଛି।

- Advertisement -

ପୁର୍ବରୁ ଶ୍ରୀ ମୋଦି ଡିସେମ୍ବର ୨୪ ଓ  ଜାନୁଆରୀ ୫ ତାରିଖରେ ୨ଥର ଓଡ଼ିଶା ଗସ୍ତରେ ଆସି ୧୯,୯୨୨ କୋଟି ଟଙ୍କାର ପ୍ରକଳ୍ପର ଉପହାର ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories