www.samajalive.in
Saturday, December 6, 2025
14.1 C
Bhubaneswar

ସିରିଆରୁ ଆମେରିକାର ସେନା ପ୍ରତ୍ୟାହାର ଆରମ୍ଭ

ବିରୁଟ୍‍ : ଆମେରିକା ନେତୃତ୍ୱାଧୀନ ମେଣ୍ଟ ସେନା ସିରିଆରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଛି। ସିରିଆରୁ ସେନା ପ୍ରତ୍ୟାହାର ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତମାସରେ ନିଷ୍ପତ୍ତି ନେଇଥିଲେ। ପ୍ରକାଶଯୋଗ୍ୟ ଯେ ସିରିଆରେ ଆମେରିକାର ୨୦୦୦ ସେନା କର୍ମୀ ମୁତୟନ ଅଛନ୍ତି। ସେମାନେ ଆତଙ୍କବାଦୀ ସଂଗଠନ ଆଇଏସ୍‍ଆଇଏସ୍‍ ବିରୋଧରେ ସଂଗ୍ରାମ ଜାରି ରଖିଥିଲେ। ସେନା ପ୍ରତ୍ୟାହାର ନେଇ ଶୁକ୍ରବାର ଆମେରିକା ପ୍ରତିରକ୍ଷା ସଚିବ ଜିମ ମାଟିସ୍‍ ସୂଚନା ଦେଇଛନ୍ତି। ୪ଟି ପର୍ଯ୍ୟାୟରେ ମେଣ୍ଟ ସେନା ସିରିଆରୁ ପ୍ରତ୍ୟାହାର କରାଯିବ ବୋଲି ସେ କହିଛନ୍ତି। ତେବେ ସେନା ପ୍ରତ୍ୟାହାର ପାଇଁ କେତେ ଦିନ ଲାଗିବ ତାହା ଆମେରିକା ପକ୍ଷରୁ ସୂଚନା ଦିଆଯାଇ ନାହିଁ। ସୁରକ୍ଷା ଦୃଷ୍ଟିରୁ ଏହା ପ୍ରକାଶ କରିବା ସମ୍ଭବ ନୁହେଁ ବୋଲି କଲୋନେଲ ସିଏନ୍‍ ର‍୍ୟାନ କହିଛନ୍ତି। ଅପରପକ୍ଷରେ ମେଣ୍ଟ ସେନାରେ ଥିବା କୁର୍ଦିଶ ବାହିନୀ ବିରୋଧରେ ତୁର୍କୀ ଏକ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆଗକୁ ପରିସ୍ଥିତି ଅଧିକ ଜଟିଳ ହେବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ପରିସ୍ଥିତି ଅନୁସାରେ ନିଷ୍ପତ୍ତି ନିଆଯାଇଛି ବୋଲି ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜୋନ୍‍ ବୋଲଟୋନ୍‍ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories