www.samajalive.in
Sunday, December 7, 2025
16.1 C
Bhubaneswar

ହେଲମେଟର ଅନ୍ତିମ ସଂସ୍କାର

ପୁଣେ : ମହାରାଷ୍ଟ୍ରର ପୁଣେ ସହରରେ ଏକ ବିଚିତ୍ର କାର୍ଯ୍ୟକୁ ନେଇ ଚର୍ଚ୍ଚା ଲାଗି ରହିଛି। ପୂର୍ବବର୍ଷ ପୁଣେ ପୁଲିସ ଗାଡିଚାଳକ ମାନଙ୍କ ପାଇଁ ହେଲମେଟ ଲଗାଇବା ବାଧ୍ୟତାମୂଳକ କରାଯାଇଥିଲା। ଏହି ନିୟମ ୨୦୧୯ ଜାନୁଆରୀ ୧ ତାରିଖରୁ ଲାଗୁ କରାଯାଇଛି। ଯଦି ଗାଡିଚାଳକ ଏହି ନୟମ ନ ମାନନ୍ତି ୯,୫୦୦ ଟଙ୍କାରୁ ଉଦ୍ଧ୍ୱ ଜୋରିମାନା ଦେବାକୁ ପଡିବ। ଏହାକୁ ନେଇ ପୁଣେର ‘ହେଲମେଟ ଶକ୍ତି ବିରୋଧୀ କୃତି ସମିତି’ ଏକ ହେଲମେଟର ଅନ୍ତିମ ସଂସ୍କାର କରିଛନ୍ତି। ଶିବସେନା ନେତାଙ୍କ ନେତୃତ୍ୱରେ ଏହି କାର୍ଯ୍ୟ କରାଯାଇଥିଲା। ଏହାସହ ପୁଲିସର କଡା ସମାଲଚନା କରିବା ସହ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସୂଚନା ଅନୁସାରେ ସମିତି ମୁଖ୍ୟଙ୍କ କହିବା ଅନୁଯାୟୀ ହେଲମେଟ ରାଜମାର୍ଗରେ ପିନ୍ଧିବା ଅଧିକ ଜରୁରୀ କିନ୍ତୁ ଏହାର ସହର ମଧ୍ୟରେ ଏହାର ଆବଶ୍ୟକତା ନାହିଁ। ହେଲମେଟରୁ ରକ୍ଷା ପାଇବା ପାଇଁ ଏଥର ମୁଣ୍ଡରେ ପଗଡି ପିନ୍ଧିବା ଦରକାର ବୋଲି ପଦର୍ଶନକାରୀ କହିଥିଲେ। କାରଣ ମୁଣ୍ଡରେ ପଗଡି ପିନ୍ଧିଲେ ହେଲମେଟ ପିନ୍ଧିବାକୁ ପଡିନଥାଏ। ପୁଣେରେ ବ୍ୟାପକ ସଡକ ଦୁର୍ଘଟଣା ହେବାଦ୍ୱାରା ଏହି ନିୟମ ଲାଗୁ କରାଯାଇଛି। ଯାହାଦ୍ୱାରା ୧୮୪ ଜଣଙ୍କର ମୃତ୍ୟୁ ହୋଇଛି। ସାସଂଦ ଅନିଲ ଶିରୋଲଙ୍କ କହିବା ଅନୁସାରେ ଦୁର୍ଘଟଣାରୁ ବଞ୍ଚିବା ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ବୋଲି କହିଥିଲେ।
ପୁଣେର ଜନସାଧାରଣ ପ୍ରଥମେ ପତ୍ରକାର ଭବନ ଠାରୁ ପୁଲିସ କମିଶନରଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହେଲମେଟ ନ ପିନ୍ଧି ବିରୋଧ ପଦର୍ଶନ କରିଥିଲେ। ଏହାଦ୍ୱାରା ସେଠାରେ ଉପସ୍ଥିତ ପୁଲିସ ପଦର୍ଶନକାରୀଙ୍କ ଫଟୋ ଉଠାଇ ବୈଦୋତିକ ଚାଲାଣ କାଟିଥିଲେ। ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ପୁଲିସ ୬,୧୦୫ ଗାଡିଚାଳକଙ୍କୁ ଧରିବା ଓ ୩,୪୧୪ ଗାଡିଚାଳକଙ୍କ ସିସିଟିଭି ଫୁଟେଜ ତଦାରଖ କରି ଚାଲାଣ କରାଯାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories