ଆପ୍‍ ଛାଡିବାକୁ ଧମକ ଦେଲେ ବିଧାୟକ ଫୁଲକା

0

ନୂଆଦିଲ୍ଲୀ : ଆମ୍‍ ଆଦମୀ ପାର୍ଟି (ଆପ୍‍)ର ପଞ୍ଜାବ ବିଧାୟକ ତଥା ବରିଷ୍ଠ ଓକିଲ ଏଚଏସ୍‍ ଫୁଲକା ଦଳ ଛାଡିବାକୁ ଧମକ ଦେଇଛନ୍ତି। ଫୁଲକା କହିଛନ୍ତି ଯେ ଆପ୍‍ ଯଦି କଂଗ୍ରେସ ନେତୃତ୍ୱ ମେଣ୍ଟରେ ସାମିଲ ହୁଏ ତେବେ ସେ ଦଳ ଛାଡିବେ। ସେ କହିଛନ୍ତି ଯେ ୧୯୮୪ ଶିଖ ବିରୋଧୀ ଦଙ୍ଗା ତାଙ୍କ ପାଇଁ ଏକ ବଡ ପ୍ରସଙ୍ଗ। କଂଗ୍ରେସ ସରକାର ଅମଳରେ ହୋଇଥିବା ଏହି ଦଙ୍ଗାକୁ ସେ କେବେ ଭୁଲି ପାରିବେ ନାହିଁ। ତେଣୁ କଂଗ୍ରେସ ସହ ଆପ୍‍ର ମେଣ୍ଟକୁ ସେ ବରଦାସ୍ତ କରିପାରିବେ ନାହିଁ। ଆପ୍‍ ଯେଉଁ ମୁହୂର୍ତ୍ତରେ କଂଗ୍ରେସ ସହ ମେଣ୍ଟ କରିବ ସେହି ମୁହୂର୍ତ୍ତରେ ସେ ଦଳ ଛାଡିବେ ବୋଲି ଫୁଲକା କହିଛନ୍ତି। ୧୯୮୪ଦଙ୍ଗାରେ ପ୍ରାଣ ହରାଇଥିବା ଶିଖଙ୍କୁ ନ୍ୟାୟ ଦେବା ପାଇଁ ଫୁଲକା ଅଦାଲତରେ ଲଢେଇ ଚଳାଇଛନ୍ତି। ଗତବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ। ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପସ୍ଥିତିକୁ ନେଇ ଫୁଲକା ଏପରି ଧମକ ଦେଇଛନ୍ତି।

Leave A Reply